ଛତିଶଗଡ଼ ଏନକାଉଣ୍ଟରରେ :୩ଯବାନ ସହିଦ, ଜଣେ ନକ୍ସଲ ନିହତ

418
ADVERTISEMENT

ଛତିଶଗଡ଼,୦୩/୦୪(ଡ଼ି.ଏଚ/ବ୍ୟୁରୋ): ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏନକାଉଣ୍ଟର। ଏହି ଏନକାଉଣ୍ଟରରେ ୩ଜଣ ଯବାନ ସହିଦ ହୋଇଥିବା ବେଳେ ଆକ୍ରମଣ କରିଥିବା ନକ୍ସଲମାନଙ୍କ ମଧ୍ୟରୁ ଜଣେ ନିହତ ହୋଇଥିବା ଜଣାପଡ଼ିଛି । ଏନକାଉଣ୍ଟର ପରେ ଏବେ ମଧ୍ୟ ବିଜାପୁର ଜିଲ୍ଲାର ତରେମରେ ଗୁଳି ଚାଳନା ଜାରି ରହିଛି। ପୂର୍ବରୁ ଏପ୍ରିଲ ୧ରେ ଛତିଶଗଡ଼ର ରାଜନନ୍ଦଗାଓଁଠାରେ ଦୁଇଟି ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଥିଲେ ଯବାନ। ଯବାନଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଜଙ୍ଗଲରେ ଦୁଇଟି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ସବୁଦିନ ଭଳି ଆଇଟିବିପି ଯବାନ ବରକରକୋଟା ଜଙ୍ଗଲରେ କମ୍ବିଂ କରୁଥିବା ବେଳେ ଦୁଇଟି ଲ୍ୟାଣ୍ଡମାଇନ ଉଦ୍ଧାର କରିଥିଲେ। ନକ୍ସଲ ଲ୍ୟାଣ୍ଡମାଇନ ଖଞ୍ଜି ଯବାନଙ୍କୁ ଟାର୍ଗେଟ କରିଥିଲେ ମଧ୍ୟ ଯବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣା ଘଟିବା ପୂର୍ବରୁ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରାଯାଇଥିଲା ।

Advertisement