ପଞ୍ଚତାରକା ହୋଟେଲରେ ବେଆଇନ କାରବାରରେ ଲିପ୍ତ ଏନକାଉଣ୍ଟର ସ୍ପେଶାଲିଷ୍ଟ ଗିରଫ

361
ADVERTISEMENT

ନୂଆଦିଲ୍ଲୀ,୦୩/୦୪(ଡ଼ି.ଏଚ/ବ୍ୟୁରୋ): ଏଣ୍ଟିଲିଆ କେସ୍‌ରେ ଗିରଫ ହୋଇଥିବା ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବଜେଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ତାଙ୍କ କେଳେଙ୍କାରୀର ଗୋଟିଏ ଗୋଟିଏ ଫର୍ଦ୍ଦ ସାମ୍ନାକୁ ଆସୁଛି। ଏବେ ମିଳିଥିବା ତଥ୍ୟରୁ ଜଣାଯାଇଛି, ସଚିନଙ୍କ ପାଇଁ ମରିନ ଡ୍ରାଇଭ ସ୍ଥିତ ଏକ ପଞ୍ଚ ତାରକା ହୋଟେଲର ରୁମ୍‌ ୧୦୦ ଦିନ ପାଇଁ ବୁକ୍‌ କରାଯାଇଥିଲା। ଘଟଣାର ତଦନ୍ତ କରୁଥିବା NIA କୁ ମିଳିଥିବା ତଥ୍ୟ ଅନୁଯାୟୀ, ସଚିନ ବଜେ ମୁମ୍ବାଇ ସ୍ଥିତ ଏହି ହୋଟେଲର ରୁମ୍‌ ନମ୍ବର ୧୯୬୪ରେ ରହୁଥିଲେ। ଏଠାରେ ରହି ସେ ଏକ ଚାରାଚାଲାଣ ରାକେଟ ଚଲାଉଥିଲେ। ଏଣ୍ଟିଲିଆ ଏବଂ ତଦନ୍ତକାରୀ ଏଜେନ୍ସ ଦ୍ୱାରା ଆଗତ ହତ୍ୟା ମାମଲାରେ ଡିସିପି ରାଙ୍କର ୩୫ ଜଣ ଅଧିକାରୀଙ୍କୁ NIA ପଚରାଉଚରା କରି ସାରିଲାଣି। ଏନଆଇଏ କହିଛି, ସଚିନ ଜାଲ ଆଧାର କାର୍ଡ ମାଧ୍ୟମରେ ଏହି ରୁମ୍‌କୁ ବୁକ୍‌ କରିଥିଲେ। ଏପରିକି ନକଲି ନାଁ ସୁଶାନ୍ତ ସଦାଶିବ ଖାମ୍‌କର ନାମରେ ସଚିନ ଏହି ରୁମ୍‌ ବୁକ୍‌ କରିଥିଲେ। ସଚିନ ଫେବ୍ରୁଆରୀ ୧୬ ତାରିଖ ଏକ ଇନୋଭାରେ ଏହି ହୋଟେଲକୁ ଆସିଥିଲେ। ଏକ ଲାଣ୍ଡ କ୍ରୁଜରରେ ଫେବ୍ରୁଆରୀ ୨୦ଦିନ ବାହାରକୁ ଯାଇଥିଲେ। ଏହି ଦୁଇଟି ଯାକ ଗାଡ଼ିକୁ NIA ଜବତ କରିଛି। NIAର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜଣେ ବ୍ୟବସାୟୀ ଏହି ରୁମକୁ ୧୦୦ ଦିନ ପାଇଁ ୧୨ ଲକ୍ଷ ଟଙ୍କାରେ ବୁକ୍‌ କରିଥିଲେ। କୌଣସି ଏକ ବିପଦବେଳେ ସଚିନ ଏହି ବ୍ୟବସାୟୀଙ୍କୁ ସାହାଯ୍ୟ କରିଥିଲେ। ବୁକିଂ ଏକ ଟ୍ରାଭେଲ ଏଜେନ୍ସି ମାଧ୍ୟମରେ କରାଯାଇଥିଲା। ଏପରିକି ସଚିନ ଓ ତାଙ୍କ ଟିମ ସଦସ୍ୟ ଲାଇସେନ୍ସ ଉଲ୍ଲଘଂନ ପାଇଁ ରାତିରେ ମୁମ୍ବାର ବିଭିନ୍ନ ପ୍ରତିଷ୍ଠାନରେ ଛାପା ମାରିଥିବା ତାରିଖ ମଧ୍ୟ ମିଶି ଯାଉଛି ।

Advertisement