ନୂଆଦିଲ୍ଲୀ ,୦୧/୦୪(ଡ଼ି.ଏଚ/ବ୍ୟୁରୋ): ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦା ସାହେବ ଫାଲକେ ଆଓ୍ବାର୍ଡ । ଏ ନେଇ ଗୁରୁବାର ଦିନ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଘୋଷଣା କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଜାବଡେକର କହିଛନ୍ତି, ଦେଶର ସବୁ ପ୍ରାନ୍ତର ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ, ଗାୟକ, ସଙ୍ଗୀତକାରଙ୍କୁ ଦାଦା ସାହେବ ଫାଲକେ ଆଓ୍ବାର୍ଡ ମିଳୁଥିବାରୁ ଆମେ ବହୁତ ଖୁସି ଅଛୁ । ଚଳିତ ବର୍ଷର ଦାଦା ସାହେବ ଫାଲକେ ଆଓ୍ବାର୍ଡ ପାଇଁ ମହାନ୍ ଅଭିନେତା ରଜନୀକାନ୍ତଙ୍କ ନାଁ ଘୋଷଣା କରି ଆମେ ବହୁତ ଖୁସି ହୋଇଛୁ । ରଜନୀକାନ୍ତ ଗତ ୫ ଦଶନ୍ଧି ଧରି ସିନେମା ଜଗତରେ ରାଜ୍ କରିବା ସହ ଲୋକଙ୍କୁ ମନୋରଞ୍ଜନ କରୁଛନ୍ତି । ଏଥି ଯୋଗୁଁ ଚଳିତ ବର୍ଷ ଦାଦା ସାହେବ ଫାଲକେର ୫ ଜଣ ଜୁରୀ ରଜନୀକାନ୍ତଙ୍କୁ ଏହି ଆଓ୍ବାର୍ଡ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।



















