ନୂଆଦିଲ୍ଲୀ,୨୭/୩ (ଡ଼ି.ଏଚ/ବ୍ୟୁରୋ): ଅଧିକ ଚିକିତ୍ସା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦିଲ୍ଲୀ ଏମ୍ସକୁ ରେଫର୍ କରାଯାଇଛି। ବର୍ତ୍ତମାନ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଗତକାଲି ରାଷ୍ଟ୍ରପତି ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ଲାଗି ରାଷ୍ଟ୍ରପତିଙ୍କୁ ଗତକାଲି ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ରାଷ୍ଟ୍ରପତିଙ୍କର ରୁଟିନ୍ ଚେକ୍ଅପ୍ ହେବା ସହ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ୍ ସୂତ୍ରରୁ ସୂଚନା ଦିଆଯାଇଥିଲା। ସେଠାରେ ତାଙ୍କୁ ଅବ୍ଜରଭେସନ୍ରେ ରଖାଯାଇଥିଲା। ତେବେ ଅଧିକ ଚିକିତ୍ସା ପାଇଁ ରାଷ୍ଟ୍ରପତିଙ୍କୁ ଦିଲ୍ଲୀ ଏମ୍ସକୁ ରେଫର୍ କରାଯାଇଛି।




















