Wednesday, August 19, 2026
ADVERTISEMENT
Home ଜାତୀୟ ଏୟାର ଇଣ୍ଡିଆ ପ୍ରତିଦିନ କ୍ଷତି ୨୦ କୋଟି ଟଙ୍କା କ୍ଷତରେ ଚାଲିଛି :ମେ-ଜୁନ୍‍ ସୁଦ୍ଧା ବିକ୍ରି...

ଏୟାର ଇଣ୍ଡିଆ ପ୍ରତିଦିନ କ୍ଷତି ୨୦ କୋଟି ଟଙ୍କା କ୍ଷତରେ ଚାଲିଛି :ମେ-ଜୁନ୍‍ ସୁଦ୍ଧା ବିକ୍ରି ନିମନ୍ତେ ଚୂଡାନ୍ତ ନିଷ୍ପତି

739
ADVERTISEMENT

ନୂଆଦିଲ୍ଲୀ,୨୭/୩ (ଡ଼ି.ଏଚ/ବ୍ୟୁରୋ): ଦେଶର ରାଷ୍ଟ୍ରାୟତ୍ତ ବିମାନ ଚଳାଚଳ ସଂସ୍ଥା ଏୟାର ଇଣ୍ଡିଆ ଏବେ ସରକାରଙ୍କ ପାଇଁ ବିରାଟ ବୋଝ ପାଲଟିଛି। କାରଣ ପ୍ରତିଦିନ ଏଥିପାଇଁ ସରକାର ୨୦କୋଟି ଟଙ୍କା କ୍ଷତି ସହୁଛନ୍ତି। ସେଥିପାଇଁ ଏହାର ବିକ୍ରି ନିଷ୍ପତ୍ତି ଚୂଡାନ୍ତ ହୋଇଛି। କେନ୍ଦ୍ର ସରକାର ଏହାକୁ ବିକ୍ରି କରିବା ପାଇଁ ଖୁବଶୀଘ୍ର ଫାଇନାନ୍‍ସିଆଲ ବିଡ୍‍ ଆହ୍ୱାନ କରିବାକୁ ଯାଉଛନ୍ତି। ଟିକସଦାତାଙ୍କ ଅର୍ଥରେ ଏହାକୁ ଆଉ ଅଧିକ ଦିନ ବଞ୍ଚାଇ ହେବନାହିଁ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି।
ଏଠାରେ ଟାଇମ୍ସ ନେଟୱର୍କ ଇଣ୍ଡିଆ ଇକୋନୋମିକ କନ୍‍କ୍ଲେଭରେ ଯୋଗଦେଇ ହରଦୀପ କହିଛନ୍ତି, ଫାଇନାନ୍‍ସିଆଲ ବିଡ୍‍ ଆହ୍ୱାନ କରାଯିବା ପରେ ଆଗାମୀ ମେ-ଜୁନ୍‍ ସୁଦ୍ଧା ଏହି ବିମାନ ଚଳାଚଳ ସଂସ୍ଥାର ବିକ୍ରି ପ୍ରକ୍ରିୟା ଚୂଡାନ୍ତ ହେବ। ତେବେ ପ୍ରାଥମିକ ଯୋଗ୍ୟତା ପର୍ଯ୍ୟାୟ ତାଲିକାରେ ଏହି ବିମାନ ଚଳାଚଳ ସଂସ୍ଥା କିଣିବାକୁ କେଉଁମାନେ ଆଗ୍ରହ ପ୍ରକାଶ କରିଛନ୍ତି, ତାହା ପୁରୀ ପ୍ରକାଶ କରିନଥିଲେ। ଅବଶ୍ୟ ଏକ ସୂତ୍ର ଅନୁଯାୟୀ ଏହି ତାଲିକାରେ ଟାଟା ଗ୍ରୁପ୍‍ ଏବଂ ସ୍ପାଇଶ ଜେଟ୍‍ର ଅଧ୍ୟକ୍ଷ ଅଜୟ ସିଂଙ୍କ ନାମ ଥିବା କୁହାଯାଉଛି। ସଂପ୍ରତି ଏୟାର ଇଣ୍ଡିଆର ମୋଟ ଋଣ ପରିମାଣ ୬୦,୦୦୦ କୋଟି ଟଙ୍କାରେ ପହଞ୍ଚିଥିବା ହରଦୀପ ସୂଚନା ଦେଇଛନ୍ତି। ଏହାର ବିକ୍ରି ମୋଦି ସରକାରଙ୍କ ପାଇଁ ଏକ ସଫଳତା ହେବ ବୋଲି କୁହାଯାଉଛି।

Advertisement