ନୂଆଦିଲ୍ଲୀ:,୨୬/୩ (ଡ଼ି.ଏଚ/ବ୍ୟୁରୋ): ଛାତିରେ କଷ୍ଟ ଅନୁଭବ କରିବାରୁ ଆଜି ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀସ୍ଥିତ ‘ଆର୍ମି ହସ୍ପିଟାଲ୍’ରେ ଭର୍ତ୍ତି ହୋଇଛନ୍ତି ବୋଲି ଏକ ବିବୃତିରେ ଡାକ୍ତରଖାନାର କର୍ତ୍ତୃପକ୍ଷ କହିଛନ୍ତି। ରାଷ୍ଟ୍ରପତିଙ୍କର ‘ରୁଟିନ୍ ଚେକ୍-ଅପ୍’ ଚାଲିବା ସହ ତାଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି।




















