Friday, November 6, 2026
ADVERTISEMENT
Home ଜାତୀୟ ବିଧାନସଭା ନିର୍ବାଚନ ପାଇଁ ୧୪ ଦିନ ଆଗରୁ ପାର୍ଲାମେଣ୍ଟ ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ...

ବିଧାନସଭା ନିର୍ବାଚନ ପାଇଁ ୧୪ ଦିନ ଆଗରୁ ପାର୍ଲାମେଣ୍ଟ ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ

592
ADVERTISEMENT

ନୂଆଦିଲ୍ଳୀ,୨୫/୩ (ଡ଼ି.ଏଚ/ବ୍ୟୁରୋ) : ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାରୁ ୧୪ ଦିନ ଆଗରୁ ଲୋକସଭା ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି । ମାର୍ଚ୍ଚ ମାସ ୮ ତାରିଖରୁ ଆରମ୍ଭ ହୋଇଥିବା ଲୋକସଭା ଅଧିବେଶନ ଏପ୍ରିଲ ୮ ତାରିଖ ଯାଏ ଚାଲିବାକୁ ଦିନ ଧାର୍ଯ୍ୟ କରାଯାଇଥିଲା । ଆଜି ଲୋକସଭା ଅଧିବେଶନ ଚାଲିଥିବା ବେଳେ ଅନେକ ଦଳର ସାଂସଦ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ବାଚସ୍ପତି ଓମ୍ ବିର୍ଲା ଓ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କ ନିକଟକୁ ଯାଇ ଅଧିବେଶନକୁ ବନ୍ଦ କରିବାକୁ ଅନୁରୋଧ କରିଥିଲେ । ଏହାସହ ତୃଣମୂଳ କଂଗ୍ରେସ ସାଂସଦ ନେତା ସୁଦୀପ ବନ୍ଦୋପାଧ୍ୟାୟ ଓ ଡେରେକ ଓବ୍ରାଇନ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖି ଚଳିତ ଅଧିବେଶନକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। ଉଲ୍ଲେଖଯୋଗ୍ୟ, ବଜେଟ୍ ଅଧିବେଶନର ପ୍ରଥମ ଭାଗ ଜାନୁଆରି ୨୯ରୁ ଆରମ୍ଭ ହୋଇ ଫେବୃଆରି ୨୯ରେ ଶେଷ ହୋଇଥିଲା । ହେଲେ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ମଧ୍ୟରେ ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଆସାମ ଓ ପୁଡୁଚେରୀରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ସାଂସଦମାନଙ୍କ ଅନୁରୋଧକୁ ଗ୍ରହଣ କରି ଉଭୟ ଲୋକସଭା ଓ ରାଜ୍ୟସଭା ଅଧିବେଶନକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ରଖାଯାଇଛି।

Advertisement