କେନ୍ଦ୍ର ସରକାର ଅମ୍ଫାନ ରିଲିଫ ଟଙ୍କା ଟିଏମ୍‌ସି ନେତାମାନେ ହଡ଼ପ ନେଇ ବିଜେପିର ଅଭିଯୋଗ

211
ADVERTISEMENT

କୋଲକାତା,୨୪/୩ (ଡ଼ି.ଏଚ/ବ୍ୟୁରୋ): କେନ୍ଦ୍ର ସରକାର ଅମ୍ଫାନ ରିଲିଫ ବାବଦରେ ପଶ୍ଚିମବଂଗକୁ ୧୦ ହଜାର କୋଟି ଟଙ୍କା ଦେଇଛନ୍ତି। ତେବେ ଏହା ଠିକ୍‌ ବାଟରେ ଖର୍ଚ୍ଚ ହୋଇନାହିଁ ବୋଲି ଗୋସବାରେ ଆୟୋଜିତ ରୢାଲିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ଏହି ଅର୍ଥକୁ ଟିଏମ୍‌ସି ନେତାମାନେ ହଡ଼ପ କରି ନେଇଛନ୍ତି ଏବଂ ଲୋକଙ୍କ ସହ ବଡ଼ ପ୍ରତାରଣା ହୋଇଛି ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ଦେଇଥିବା ସହାୟତା ରାଶିକୁ ପିଉସୀ-ପୁତୁରା (ମମତା-ଅଭିଷେକ) ମିଶି ଚଳୁ କରି ଦେଇଛନ୍ତି। ବିଜେପି ସରକାର ଗଢ଼ିଲେ ଏହାର ତଦନ୍ତ ଭାର ଏସ୍‌ଆଇଟି ଦ୍ବାରା କରାଇବ। କେହି ଖସିଯାଇ ପାରିବେ ନାହିଁ ବୋଲି ରୢାଲିରେ ଶାହ ଆଜି ମମତା ବାନାର୍ଜୀ ଏବଂ ତାଙ୍କ ପୁତୁରା ସାଂସଦ ଅଭିଷେକ ବାନାର୍ଜୀଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି

Advertisement