Friday, November 6, 2026
ADVERTISEMENT
Home ଜାତୀୟ ତେଲେଙ୍ଗାନାରେ ସୋମବାର କବାଡି ଟୁର୍ଣ୍ଣାମେଣ୍ଟ ପାଇଁ ଆୟୋଜିତ ଗ୍ୟାଲେରୀ ଭୁଶୁଡ଼ି ୧୦୦ରୁ ଉର୍ଦ୍ଧ୍ୱ ଆହତ

ତେଲେଙ୍ଗାନାରେ ସୋମବାର କବାଡି ଟୁର୍ଣ୍ଣାମେଣ୍ଟ ପାଇଁ ଆୟୋଜିତ ଗ୍ୟାଲେରୀ ଭୁଶୁଡ଼ି ୧୦୦ରୁ ଉର୍ଦ୍ଧ୍ୱ ଆହତ

565
ADVERTISEMENT

ଭୁବନେଶ୍ୱର ,୨୩/୩ (ଡ଼ି.ଏଚ/ବ୍ୟୁରୋ) : ତେଲେଙ୍ଗାନାରେ ଗ୍ୟାଲେରୀ ଭୁଶୁଡ଼ି ୧୦୦ରୁ ଉର୍ଦ୍ଧ୍ୱ ଆହତ।ସୋମବାର ତେଲେଙ୍ଗାନାର ସୂର୍ଯ୍ୟପେଟରେ ୪୭ ତମ ଜାତୀୟ ଜୁନିଅର କବାଡି ଟୁର୍ଣ୍ଣାମେଣ୍ଟ ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ସେହି ସମୟରେ ଏକ ଗ୍ୟାଲେରୀ ଭୁଶୁଡ଼ି ଯାଇଥିଲା। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ଗୁରୁତର ଅବସ୍ଥାରେ ଥିବା ଦୁଇ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ହାଇଦ୍ରାବାଦ ପଠାଯାଇଛି। ଦୁର୍ଘଟଣା ଘଟିଥିବା ସ୍ଥାନରେ ପ୍ରାୟ ୧୫୦୦ ଦର୍ଶକ ଉପସ୍ଥିତ ଥିଲେ। ଏହି ସ୍ଥାନରେ ତିନୋଟି ଗ୍ୟାଲେରୀ ନିର୍ମାଣ କରାଯାଇଥିଲା। ପ୍ରତ୍ୟେକ ଗ୍ୟାଲେରୀ ପ୍ରାୟ ୫୦୦୦ ଲୋକଙ୍କ ବସିବା କ୍ଷମତା ବିଶିଷ୍ଟ ଥିଲା। ଯେଉଁଥିରେ ସମୁଦାୟ ୧୫୦୦୦ ଦର୍ଶକ ବସିବାର ବ୍ୟବସ୍ଥା କରିଥିଲେ। ଦେଶର ୨୯ଟି ରାଜ୍ୟରୁ ଖେଳାଳିମାନେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଆସିଛନ୍ତି।

Advertisement