Wednesday, September 23, 2026
ADVERTISEMENT
Home ଜିଲ୍ଲା ଅନୁଗୁଳ ପିକଅପକୁ ଧକ୍କା ଦେଲା ହାଇୱା

ପିକଅପକୁ ଧକ୍କା ଦେଲା ହାଇୱା

430
ADVERTISEMENT

ଛେଣ୍ଡିପଦା,୧୯/୩(ଡି.ଏଚ ବ୍ୟୁରୋ): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଭାଲୁପାଳସାହି ନିକଟରେ ଛିଡା ହୋଇଥିବା ଏକ କଦଳୀ ବୋଝେଇ ପିକଅପ ଗାଡିକୁ ଏକ ହାଇୱା ଟିପର ଧକ୍କା ଦେଇଥିଲା। ଏହି ଧକ୍କାରେ ପିକଅପ ଗାଡି ଭାଙ୍ଗି ଚୁରମାର ହୋଇଯାଇଛି।

ଗତକାଲି ବିଳମ୍ବିତ ରାତିରେ ଜରପଡା ଆଡୁ ବାଲି ନେବାକୁ ଓଡ଼ି-୧୯-ପି-୭୩୫୩ ହାଇୱା ଟିପର ଛେଣ୍ଡିପଦା ଆଡକୁ ଯାଉଥିଲା। ଏହି ସମୟରେ ତେଣ୍ଟୁଲୋଇ ପଞ୍ଚାୟତ ଭାଲୁପାଳ ସାହି ଛକ ନିକଟରେ କଦଳୀ ବୋଝେଇ ଓଡ଼ି-୦୫-୦୫୦୧ ନମ୍ବର ପିକଅପ ଗାଡି ଛିଡା ହୋଇଥିଲା। ବାଲି ନେବାକୁ ଆସୁଥିବା ହାଇୱା ଟିପର ଛିଡା ହୋଇଥିବା ପିକଅପକୁ ଧକ୍କା ଦେଇଥିଲା। ପିକଅପ ଗାଡି ଚୁରମାର ହୋଇଥିବା ବେଳେ ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଗାଡ଼ିକୁ ଜବତ କରି ତଦନ୍ତ ଚଲାଇଛି।

Advertisement