ନୋଏଡାରୁ ଆଗ୍ରା ଆସୁଥିବା ଘରୋଇ ବସ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଗ୍ରସ୍ଥ : ଏଥିରେ ପ୍ରାୟ ୨୧ ଜଣ ଯାତ୍ରୀ ଗୁରୁତର

492
ADVERTISEMENT

ଆଗ୍ରା,୧୮/୩,(ଡ଼ି.ଏଚ/ବ୍ୟୁରୋ): ଆଗ୍ରାର ଖନ୍ଦୋଲୀ ଅନ୍ତର୍ଗତ ୟମୁନା ଏକ୍ସପ୍ରେସୱେରେ ପୁଣି ଥରେ ଏକ ସଡକ ଦୁର୍ଘଟଣା ଘଟିଥିବା ନେଇ ଗୁରୁବାର ଖବର ମିଳିଛି। ନୋଏଡାରୁ ଆଗ୍ରା ଆସୁଥିବା ଘରୋଇ ବସଟି ଅନିୟନ୍ତ୍ରିତ ହୋଇ ଡିଭାଇଡରରେ ପିଟି ହୋଇ ଓଲଟି ପଡିଛି। ଏଥିରେ ପ୍ରାୟ ୨୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଆହତଙ୍କ ମଧ୍ୟରୁ ୨ କିମ୍ବା ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଉକ୍ତ ବସଟି ହରିୟାଣାର ଗୁରଗାଓଁରୁ ପଶ୍ଚିମବଙ୍ଗ ଯାଉଥିଲା। ବସରେ ପ୍ରାୟ ୯୦ ଯାତ୍ରୀ ଥିଲେ। ବସ ଚାଳକଙ୍କ ଆଖି ଲାଗିଯିବାରୁ ବସଟି ଅନିୟନ୍ତ୍ରିତ ହୋଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦୁର୍ଘଟଣା ଘଟିବା ସମୟରେ ବସରେ ଅଧିକାଂଶ ଯାତ୍ରୀ ଗଭୀର ନିଦରେ ଶୋଇଥିଲେ। ବସଟି ଓଲଟିବା ମାତ୍ରେ ଯାତ୍ରୀଙ୍କ ଚିତ୍କାର ଶୁଣାଯାଇଥିଲା। ସେହି ସମୟରେ ଖନ୍ଦୋଲୀ ଟୋଲ କର୍ମଚାରୀ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ସହ ପୁଲିସକୁ ଖବର ଦେଇଥିଲେ। ସ୍ଥାନୀୟଲୋକେ, ଟୋଲ କର୍ମଚାରୀ ଓ ପୁଲିସ ବସରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଯେଉଁଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଅନ୍ୟ ଯାନ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଇଥିଲା। ଅନ୍ୟ ଯାତ୍ରୀଙ୍କୁ ହସ୍ପିଟାଲ ପଠାଯାଇଛି ।

Advertisement