Friday, November 6, 2026
ADVERTISEMENT
Home ଜାତୀୟ ବିଜେପି ସାମିଲ ହେବା ପରେ ପଶ୍ଚିମବଙ୍ଗ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସ୍ଵପନ ଦାଶଗୁପ୍ତା

ବିଜେପି ସାମିଲ ହେବା ପରେ ପଶ୍ଚିମବଙ୍ଗ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସ୍ଵପନ ଦାଶଗୁପ୍ତା

645
ADVERTISEMENT

ନୂଆଦିଲ୍ଲୀ,୧୬/୩,(ଡ଼ି.ଏଚ/ବ୍ୟୁରୋ): ଭାରତୀୟ ଜନତା ପାର୍ଟି ରାଜ୍ୟସଭା ସାଂସଦ ସ୍ବପନ ଦାସଗୁପ୍ତାଙ୍କୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲଢ଼ିବା ଲାଗି ଦଳୀୟ ପ୍ରାର୍ଥୀ ଟିକେଟ୍‌ ପ୍ରଦାନ କରିବା ପରେ ସେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସାଂସଦ ଦାସଗୁପ୍ତା ମଙ୍ଗଳବାର ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ପଶ୍ଚିମବଙ୍ଗରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ତରଫରୁ ନିର୍ବାଚନ ଲଢ଼ିବେ ସ୍ବପନ । ବିଜେପି ତାଙ୍କୁ ହୁଗୁଲି ଜିଲ୍ଲାର ତାରକେଶ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଟିକେଟ୍‌ ପ୍ରଦାନ କରିଛି । ଉଲ୍ଲେଖଯୋଗ୍ୟ, ସ୍ବପନ ଦାସଗୁପ୍ତା ଜଣେ ନିର୍ଦ୍ଦଳୀୟ ରାଜ୍ୟସଭା ସାଂସଦ ହୋଇଥିବା ବେଳେ କିପରି ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିପାରିବେ ବୋଲି ତୃଣମୂଳ କଂଗ୍ରେସ(ଟିଏମ୍‌ସି) ପ୍ରଶ୍ନ ଉଠାଇବା ପରେ ଇସ୍ତଫା ଦେଇଛନ୍ତି ଦାସଗୁପ୍ତା ।

Advertisement