Saturday, September 19, 2026
ADVERTISEMENT
Home ଜାତୀୟ ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା ଜୁନ୍‍ ୨୮ ତାରିଖରୁ ଆରମ୍ଭ

ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା ଜୁନ୍‍ ୨୮ ତାରିଖରୁ ଆରମ୍ଭ

1074
ADVERTISEMENT

ନୂଆଦିଲ୍ଲୀ,୧୪/୩,(ଡ଼ି.ଏଚ/ବ୍ୟୁରୋ): ଜାମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ୫୬ ଦିନ ଧରି ହେବାକୁ ଥିବା ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା ଜୁନ୍‍ ୨୮ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୨୨ ତାରିଖରେ ଶେଷ ହେବ। ଶ୍ରୀ ଅମରନାଥଜୀ ସ୍ରାଇନ୍‍ବୋର୍ଡ୍‍ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗତବର୍ଷ କୋଭିଡ୍‍ ନାଇଣ୍ଟିନ୍‍ କାରଣରୁ ଅମରନାଥ ଯାତ୍ରା ବାତିଲ କରାଯାଇଥିଲା। ବୋର୍ଡର ଅଧିକାରୀମାନେ କହିଛନ୍ତି, ଜୁଲାଇ ୨୧ ତାରିଖରୁ ଯାତ୍ରା ଆରମ୍ଭ ହୋଇ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବାର ଥିଲା। କିନ୍ତୁ କରୋନା ସଂକ୍ରମଣ ହାର ବୃଦ୍ଧିକୁ ଦୃଷ୍ଟିରେ ରଖି ଯାତ୍ରା ଅବଧିରେ ପରିବର୍ତ୍ତନ କରାଯାଇଛି।କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଯାତ୍ରା ସମୟରେ କୋଭିଡ୍‍ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବା ପାଇଁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୂର୍ବଭଳି ସକାଳ ଓ ସନ୍ଧ୍ୟା ଆଳତୀ ସମେତ ଭର୍ଚୁଆଲ୍‍ ଦର୍ଶନ ଓ ସିଧାସଳଖ ପ୍ରସାରଣ ଜାରି ରହିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଲିଡର ଉପତ୍ୟକାର ଶେଷ ଭାଗରେ ଥିବା ଏକ ସଂକୀର୍ଣ୍ଣ ଗଣ୍ଡର ୩ହଜାର ୮୮୮ ମିଟର ଉଚ୍ଚରେ ଅମରନାଥ ପୀଠ ଅବସ୍ଥାପିତ। ଏହା ପହଲଗାଓଁଠାରୁ ୪୬ କିଲୋମିଟର ଓ ବଲଟଲ୍‍ଠାରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ।

Advertisement