Friday, November 6, 2026
ADVERTISEMENT
Home ଜାତୀୟ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଅତ୍ୟଧିକ:୬ଟି ରାଜ୍ୟରେ କୋଭିଡ ପରିସ୍ଥିତି ଚିନ୍ତାଜନକ

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଅତ୍ୟଧିକ:୬ଟି ରାଜ୍ୟରେ କୋଭିଡ ପରିସ୍ଥିତି ଚିନ୍ତାଜନକ

636
ADVERTISEMENT

ଭୁବନେଶ୍ୱର,୧୩/୩,(ଡ଼ି.ଏଚ/ବ୍ୟୁରୋ): ଦେଶର ବିଭିନ୍ନ ଭାଗରେ ଉଭୟ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଦ୍ୱାରା ବହୁବିଧ ପଦକ୍ଷେପ ଗ୍ରହଣ ଯୋଗୁଁ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ୬ଟି ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି। ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ତାମିଲନାଡୁରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି। ଏହି ୬ଟି ରାଜ୍ୟରୁ ଗୋଟିଏ ଦିନରେ ୧୯ ହଜାର ୯୩୩ଟି ନୂଆ ସଂକ୍ରମଣ ଚିହ୍ନଟ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶରେ ମୋଟ କରୋନା ସଂକ୍ରମଣରେ ୮୫.୦୬ ପ୍ରତିଶତ ଏହି ୬ଟି ରାଜ୍ୟରୁ ଚିହ୍ନଟ କରାଯାଇଛି। ମହାରାଷ୍ଟ୍ରରେ ୧୪ ହଜାର ୩୧୭ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ କେରଳରେ ୨ ହଜାର ୧୩୩ ଏବଂ ପଞ୍ଜାବରେ ୧ ହଜାର ୩୦୫ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ତେବେ ଦେଶରେ କରୋନା ନମୁନା ପରୀକ୍ଷା ୨୨କୋଟି ୪୯ ଲକ୍ଷ ୯୮ ହଜାର ୬୩୮ରେ ପହଞ୍ଚିଛି। ଓଡିଶା ସମେତ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୩ ଦିନ ମଧ୍ୟରେ କରୋନା ସଂକ୍ରମଣରେ କାହାର ମୃତ୍ୟୁ ହୋଇ ନ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

Advertisement