‘ଇସ୍ରୋ’ ‘ଏସ୍‌-ବ୍ୟାଣ୍ଡ୍‌ ସିନ୍ଥେଟିକ୍‌ ଆପାରେଚର୍‌ ରାଡାର୍‌’ ନିର୍ମାଣ କରିବାରେ ସଫ

526
ADVERTISEMENT

ନୂଆଦିଲ୍ଲୀ,୧୧/୩,(ଡ଼ି.ଏଚ/ବ୍ୟୁରୋ): ଉନ୍ନତମାନର ଫଟୋ ଉତ୍ତୋଳନ ନିମନ୍ତେ ମିଳିତ ଭାବେ ଦୁଇଟି ପୃଥକ୍‌ ରାଡାର୍‌ ଥିବା ବିଶ୍ୱର ପ୍ରଥମ ‘ଆର୍ଥ ଅବ୍‌ଜର୍‌ଭେସନ୍‌ ସାଟେଲାଇଟ୍‌’ ନିର୍ମାଣ କରିବା ଲାଗି ୨୦୧୪ରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତ ମଧ୍ୟରେ ହୋଇଥିବା ରାଜିନାମାର ୭ ବର୍ଷ ପରେ ‘ଇସ୍ରୋ’ ‘ଏସ୍‌-ବ୍ୟାଣ୍ଡ୍‌ ସିନ୍ଥେଟିକ୍‌ ଆପାରେଚର୍‌ ରାଡାର୍‌’ ନିର୍ମାଣ କରିବାରେ ସଫଳ ହୋଇଛି । ଆମେରିକାର ମହାକାଶ ସଂସ୍ଥାନ ‘ନାସା’ ନିର୍ମାଣ କରୁଥିବା ଅନ୍ୟ ଏକ ରାଡାର୍‌ ଏବଂ ଏଲ୍‌-ବ୍ୟାଣ୍ଡ୍‌ ପ୍ଲେଲୋଡ୍‌ରେ ଏହାକୁ ସଂଯୋଗ କରାଯିବ। ସେଥିପାଇଁ ‘ଇସ୍ରୋ’ ଉପରୋକ୍ତ ରାଡାର୍‌ଟିକୁ ‘ନାସା’କୁ ପ୍ରେରଣ କରିଛି। ସେଠାରେ ଦୁଇଟିଯାକ ରାଡାର୍‌ର ସଂଯୋଗ ଓ ସମନ୍ଵୟ ଶେଷ ହେବା ପରେ ପୁଣି ଏହାକୁ ଭାରତକୁ ପଠାଇ ଦିଆଯିବ। ଭାରତରେ ‘ନାସା-ଇସ୍ରୋ ଏସ୍‌ଏଆର୍‌’ ବା ‘ନିସାର୍‌’ କୃତ୍ରିମ ଉପଗ୍ରହ ଲାଗି ଅନ୍ୟାନ୍ୟ ଉପକରଣ ତିଆରି କରାଯିବ। ଏହାପରେ ଶ୍ରୀହରିକୋଟା ଲଞ୍ଚ୍‌ପ୍ୟାଡ୍‌ରୁ ‘ଇସ୍ରୋ’ ‘ନିସାର୍‌’କୁ ‘ଜିଏସ୍‌ଏଲ୍‌ଭି ଏମ୍‌କେ-୨’ ରକେଟ୍‌ ଯୋଗେ ଅନ୍ତରୀକ୍ଷକୁ ଉତ୍‌କ୍ଷେପଣ କରିବ । ଏହା ହେବ କାଉଁଳିଆ ପାଗ ସମେତ ସବୁ ପାଗରେ ଅହର୍ନିଶ ତଥ୍ୟ ସଂଗ୍ରହ କରିବାକୁ ସମର୍ଥ ଦୁଇଟି ବେତାର ତରଙ୍ଗରେ ଚାଳିତ ବିଶ୍ୱର ଏହି ଜାତୀୟ ପ୍ରଥମ କୃତ୍ରିମ ଉପଗ୍ରହ। ୨,୮୦୦ କିଲୋ ଓଜନବିଶିଷ୍ଟ ଏହି ‘ଇମାଜିଙ୍ଗ୍‌ ସାଟେଲାଇଟ୍‌’ ମଧ୍ୟ ବିଶ୍ୱର ସବୁଠୁ ବ୍ୟୟବହୁଳ କୃତ୍ରିମ ଉପଗ୍ରହ। ଏଥପାଇଁ ‘ଇସ୍ରୋ’ ପ୍ରାୟ ୭୮୮ କୋଟି ଟଙ୍କା ଓ ‘ନାସା’ ପ୍ରାୟ ୫,୮୯୦ କୋଟି ଟଙ୍କା ବ୍ୟୟ କରିବେ।

Advertisement