Friday, November 6, 2026
ADVERTISEMENT
Home ଜାତୀୟ ନୌସେନାରେ ସାମିଲ ହେଲା ତୃତୀୟ ‘ସ୍କର୍ପିନ୍‌-କ୍ଲାସ୍‌’ ବୁଡ଼ାଜାହାଜ

ନୌସେନାରେ ସାମିଲ ହେଲା ତୃତୀୟ ‘ସ୍କର୍ପିନ୍‌-କ୍ଲାସ୍‌’ ବୁଡ଼ାଜାହାଜ

555
ADVERTISEMENT

ମୁମ୍ବାଇ,୧୦/୩,(ଡ଼ି.ଏଚ/ବ୍ୟୁରୋ): ଆଜି ଭାରତର ତୃତୀୟ ‘ସ୍କର୍ପିନ୍‌-କ୍ଲାସ୍‌’ ଡିଜେଲ୍‌-ଇଲେକ୍ଟ୍ରିକ୍‌ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ କରଞ୍ଜ’କୁ ମୁମ୍ବାଇରେ ଭାରତୀୟ ନୌସେନାରେ ସାମିଲ କରାଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ଚିଫ୍‌ ଅଫ୍‌ ନେଭାଲ୍‌ ଷ୍ଟାଫ୍‌ ଆଡ୍‌ମିରାଲ୍‌ କରମବୀର ସିଂହ ଏବଂ ଆଡ୍‌ମିରାଲ୍‌ (ଅବସରପ୍ରାପ୍ତ) ଭିଏସ୍‌ ଶେଖାଓ୍ଵତ୍‌ ଉପସ୍ଥିତ ଥିଲେ। ଏଥିରେ ଉଦ୍‌ବୋଧନ ଦେଇ ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ କରମବୀର ସିଂହ କହିଲେ, ଗତ ୭ ବର୍ଷରୁ ଊର୍ଦ୍ଧ୍ୱ ହେବ ଭାରତୀୟ ନୌସେନା ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟକରଣ ଏବଂ ଆତ୍ମନିର୍ଭରତାର ଦୃଢ଼ ସମର୍ଥକ ହୋଇ ଆସିଛି। ସମ୍ପ୍ରତି, ଠିକ୍‌ ଭାବେ ଚାଲିଥିବା ୪୨ଟି ଜାହାଜ ଓ ବୁଡ଼ାଜାହାଜରୁ ୪୦ଟି ଭାରତୀୟ ‘ସିପ୍‌ୟାର୍ଡ’ରେ ନିର୍ମିତ। ଭାରତୀୟ ନୌସେନାର ଅଭିବୃଦ୍ଧିର ଗାଥା ଏବଂ ଏହାର ଭବିଷ୍ୟତ ମାର୍ଗଧାରା ନିମନ୍ତେ ଆତ୍ମନିର୍ଭରତା ବା ଭାରତୀୟକରଣ ହେଉଛି ସ୍ୱତଃସ୍ଫୂର୍ତ ଉଦ୍ଦୀପନା।ସୂଚନାଯୋଗ୍ୟ, ଏହି ବର୍ଗର ଦୁଇଟି ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ କଲବରି’ ଏବଂ ‘ଆଇଏନ୍‌ଏସ୍‌ ଖଣ୍ଡେରି’ ଏହା ପୂର୍ବରୁ ଭାରତୀୟ ନୌସେନାରେ ସାମିଲ ହୋଇସାରିଛି। ଏହି ଶ୍ରେଣୀର ଚତୁର୍ଥ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ ବେଲା’କୁ ସମୁଦ୍ରରେ ପରୀକ୍ଷା କରାଯାଉଛି ।

Advertisement