କୋଲକାତା ରେଳପଥ କାର୍ଯ୍ୟାଳୟରେ ନିଆଁ ଲାଗି : ୯ ଜଣଙ୍କର ମୃତ୍ୟୁ

536
ADVERTISEMENT

କୋଲକାତା୯/୩,(ଡ଼ି.ଏଚ/ବ୍ୟୁରୋ): କୋଲକାତାରେ ଥିବା ପୂର୍ବ ରେଳପଥ କାର୍ଯ୍ୟାଳୟରେ ଗତକାଲି ରାତିରେ ନିଆଁ ଲାଗି ଏବେ ସୁଦ୍ଧା ୯ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଗତକାଲି ରାତିରେ ପଶ୍ଚିମବଙ୍ଗ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ମନ୍ତ୍ରୀ ସୁଜିତ ବୋଷ ସୂଚନା ଦେଇ କହିଥିଲେ ଯେ ଏହି ଅଗ୍ନିକାଣ୍ଡରେ ୪ ଜଣ ଅଗ୍ନିଶମ କର୍ମଚାରୀ, ଦୁଇ ଜଣ ଆରପିଏଫ୍ ଯବାନ ଏବଂ ଜଣେ କୋଲକାତା ପୁଲିସ୍‌ ଏଏସଆଇଙ୍କର ମୃତ୍ୟୁ ଘଟିଛି। ପରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାତିରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସେ ଗଣମାଧ୍ୟମରେ ନିଜର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ସହ ସେମାନଙ୍କ ପରିବାରରୁ ଜଣଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Advertisement