ଭାରତ ଏବଂ ବାଂଲାଦେଶ ମଧ୍ୟରେ ନବ ନିର୍ମିତ ପୋଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

528
ADVERTISEMENT

ନୂଆଦିଲ୍ଲୀ,୯/୩,(ଡ଼ି.ଏଚ/ବ୍ୟୁରୋ): ଫେନି ନଦୀ ଉପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ନବ ନିର୍ମିତ ପୋଲ (ବ୍ରିଜ୍‌) ‘ମୈତ୍ରୀ ସେତୁ’କୁ ଆଜି (ମଙ୍ଗଳବାର) ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । ଫେନି ନଦୀ ଉପରେ ଉଭୟ ଦେଶକୁ ସଂଯୋଗ କରୁଥିବା ୧.୯ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ‘ମୈତ୍ରୀ ସେତୁ’ ଉଭୟ ଦେଶ ମଧ୍ୟରେ ରହିଥିବା ବନ୍ଧୁତାର ସାକ୍ଷୀ ବୋଲି କହିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା। ଏହା ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ଉଭୟ ଦେଶ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ଆଗକୁ ନେବ। ୧.୯ କିଲୋମିଟର ଦୀର୍ଘ ଏହି ମୈତ୍ରୀ ସେତୁ ଭାରତର ସାବରୁମ୍‌ ସହ ବାଂଲାଦେଶରେ ରାମଗଡ଼କୁ ସଂଯୋଗ କରୁଛି। ଏହି ସେତୁ ଉଭୟ ଦେଶ ମଧ୍ୟରେ ମାଲ ପରିବହନ ଠାରୁ ଆରମ୍ଭ କରି ଯାତ୍ରୀ ପରିବହନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବିଶେଷ କରି ତ୍ରିପୁରା ସମେତ ଦେଶର ଉତ୍ତର- ପୂର୍ବ ରାଜ୍ୟଗୁଡିକ ପାଇଁ ସ୍ଥଳପଥରେ ଯାତାୟାତ କ୍ଷେତ୍ରରେ ଏହି ସେତୁ ବିଶେଷ ଫଳପ୍ରଦ ହେବ। ଏହି ମୈତ୍ରୀ ସେତୁର ନିର୍ମାଣ ପାଇଁ ୧୩୩ କୋଟି ଟଙ୍କା ବ୍ୟୟ ହୋଇଛି ।

Advertisement