ନୂଆଦିଲ୍ଲୀ,୫/୩,(ଡ଼ି.ଏଚ/ବ୍ୟୁରୋ): କରୋନା ମହାମାରୀ ସମୟରେ ବୟସ୍କମାନଙ୍କୁ ଅଧିକ ଗୁରୁତ୍ବ ଦିଆଯିବା ଉଚିତ। ସରକାରୀ ହସ୍ପିଟାଲ୍ ବାଦ୍ ଘରୋଇ ହସ୍ପିଟାଲ୍ମାନଙ୍କରେ ମଧ୍ୟ ବୟସ୍କମାନଙ୍କୁ ଉଭୟ ଆଡମିସନ୍ ଏବଂ ଚିକିତ୍ସା କ୍ଷେତ୍ରରେ ପ୍ରାଧାନ୍ୟ ଦେବାପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଆର୍ଏସ୍ ରେଡ୍ଡି ପୂର୍ବ ରାୟରେ ପରିବର୍ତ୍ତନ କରି ଏହା କହିଛନ୍ତି । ସୁପ୍ରିମକୋର୍ଟ ଏପ୍ରିଲ୍ ୪,୨୦୨୦ରେ ଏକ ରାୟ ଦେଇ କହିଥିଲେ, ସରକାରୀ ହସ୍ପିଟାଲ୍ମାନେ ଆଡମିସନ୍ ଏବଂ ଚିକିତ୍ସା କ୍ଷେତ୍ରରେ ବୟସ୍କମାନଙ୍କୁ ପ୍ରାଧାନ୍ୟ ଦେବେ। ତେବେ କୋର୍ଟ ଏହି ପୂର୍ବ ରାୟ ପରିବର୍ତ୍ତନ କରିଛନ୍ତି । ସରକାରୀ ସହ ଘରୋଇ ହସ୍ପିଟାଲ୍ମାନଙ୍କରେ ମଧ୍ୟ ବୟସ୍କମାନଙ୍କୁ ପ୍ରାଧାନ୍ୟ ଦିଆଯିବ। ବରିଷ୍ଠ ଆଇନଜୀବୀ ଅଶ୍ବିନୀ କୁମାରଙ୍କ ଦ୍ବାରା ହୋଇଥିବା ଏକ ଆବେଦନର ଶୁଣାଣି କରି କୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ।




















