‘ମେଟ୍ରୋ ମ୍ୟାନ୍‌’ ଇ ଶ୍ରୀଧରନ୍‌ଙ୍କୁ କେରଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କଲା ବିଜେପି

548
ADVERTISEMENT

ନୂଆଦିଲ୍ଲୀ,୪/୩,(ଡ଼ି.ଏଚ/ବ୍ୟୁରୋ): ‘ମେଟ୍ରୋ ମ୍ୟାନ୍‌’ ଭାବରେ ଖ୍ୟାତ ଇ ଶ୍ରୀଧରନ୍‌ଙ୍କୁ ଆସନ୍ତା କେରଳ ବିଧାନସଭା ନିର୍ବାଚନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ଗୁରୁବାର ଦିନ ବିଜେପି ଘୋଷଣା କରି କହିଛି ଯେ ଆଗାମୀ କେରଳ ବିଧାନସଭା ନିର୍ବାଚନରେ ଇ ଶ୍ରୀଧରନ ହେବେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଶ୍ରୀଧରନଙ୍କ ନେତୃତ୍ୱରେ ବିଜେପି ଆଗାମୀ କେରଳ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ନିଜ ଘୋଷଣାରେ କହିଛି । ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ‘ମେଟ୍ରୋ ମ୍ୟାନ୍‌’ ଭାବରେ ଖ୍ୟାତ ୮୮ ବର୍ଷୀୟ ଇ ଶ୍ରୀଧରନ୍‌ ଗତ ସପ୍ତାହରେ ବିଜେପିରେ ଆନୁଷ୍ଠାନକ ଭାବେ ଯୋଗ ଦେବାପରେ ତାଙ୍କୁ କେନ୍ଦ୍ରକରି ଅନେକ କଳ୍ପନା ଜଳ୍ପନା ପାଇଥିଲା। ଇ ଶ୍ରୀଧରନଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନ୍‌ କହିଛନ୍ତି ଯେ ଦଳ ଖୁବ୍‌ ଶୀଘ୍ର କେରଳ ବିଧାନସଭାର ୧୪୦ ଆସନ ପାଇଁ ଅନ୍ୟ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ପ୍ରକାଶ କରିବ।

Advertisement