ଚନ୍ଦ୍ରବାବୁ ନାଇଡୁଙ୍କୁ ତିରୁପତି ବିମାନବନ୍ଦରରେ ପୋଲିସ ଅଟକାଇରୁ : ଏହାର ପ୍ରତିବାଦରେ ସେ ବିମାନ ବନ୍ଦର ଚଟାଣରେ ବସି ପଡ଼ିଥିଲେ।

166
ADVERTISEMENT

ତିରୁପତି,୦୧/୦୩(ଡ଼ି.ଏଚ/ବ୍ୟୁରୋ): ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ତିରୁପତି ବିମାନବନ୍ଦରରେ ଅଟକାଇ ଦିଆଯାଇଛି। ଏହାର ପ୍ରତିବାଦରେ ସେ ବିମାନ ବନ୍ଦର ଚଟାଣରେ ବସି ପଡ଼ିଥିଲେ । ରେନିଗୁଣ୍ଟା ପୁଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନାଇଡୁ ଏହାକୁ ବିରୋଧ କରି ବିମାନବନ୍ଦରର ଚଟାଣରେ ବସି ପଡ଼ିଥିଲେ । କୁହାଯାଉଛି କି ନାଇଡୁ ଚିତ୍ତୁର ଜିଲ୍ଲାରେ ନିର୍ବାଚନ ପ୍ରଚାରରେ ଭାଗ ନେବାକୁ ଯାଉଥିଲେ। ପ୍ରକାଶିତ ରିପୋର୍ଟ ମୁତାବକ, ଟିଡିପି ନେତା ଯେମିତି ହିଁ ତିରୁପତି ବିମାନବନ୍ଦରରେ ଓହ୍ଲାଇଥିଲେ ତାଙ୍କ ସୁରକ୍ଷା ଦୃଷ୍ଟିରୁ ରେନିଗୁଣ୍ଟା ପୁଲିସ ତାଙ୍କୁ ହେପାଜତକୁ ନେଇଥିଲା। ଏହା ପରେ ସେ ଏହାକୁ ପ୍ରତିବାଦ କରି ବିମାନବନ୍ଦର ଚଟାଣରେ ବସି ପଡ଼ିଥିଲେ। ପୁଲିସର କହିବା ଅନୁଯାୟୀ, ଯଦି ସେମାନେ ତାଙ୍କୁ ଛାଡ଼ି ଦିଅନ୍ତି, ତେବେ ସ୍ଥାନୀୟ ନାଗରିକ ନିର୍ବାଚନ ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେଣୁ ଚନ୍ଦ୍ରବାବୁ ନାଇଡୁଙ୍କୁ ବିମାନ ବନ୍ଦରରେ ଅଟକାଇ ଦିଆଯାଇଛି। ନାଇଡୁ ସୋମବାର ସକାଳ ପାଖାପାଖି ୯.୩୫ ମିନିଟରେ ତିରୁପତି ବିମାନବନ୍ଦରରେ ଓହ୍ଲାଇ ଥିଲେ। ଯେମିତି ହିଁ ସେ ଓହ୍ଲାଇ ଥିଲେ କୋଭିଡ-୧୯ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ପୁଲିସ ତାଙ୍କୁ ଯିବାକୁ ଅନୁମତି ଦେଇ ନ ଥିଲା। ଏହା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପୁଲିସ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ‌ହୋଇଯାଇଥିଲା। ନାଇଡୁ ଦାବି କରିଥିଲେ କି ସେ ତିରୁପତି ଏବଂ ଚିତ୍ତୁରଗସ୍ତ କରିବାକୁ ଜିଲ୍ଲାପାଳଙ୍କଠାରୁ ଅନୁମତି ନେଇଛନ୍ତି। ତେବେ ଏହାକୁ ନେଇ ପୁଲିସ କହିଛି ଯେ ସେ ଜିଲ୍ଲାପାଳଙ୍କଠାରୁ କୌଣସି ଅନୁପତି ପାଇ ନାହାନ୍ତି ଏବଂ ନାଇଡୁଙ୍କୁ ବିମାନ ବନ୍ଦରରୁ ବାହାରକୁ ଯିବାକୁ ମନା କରି ଦିଆଯାଇଛି । ନିର୍ବାଚନ ପ୍ରଚାର ସମୟରେ କରୋନା ସଂକ୍ରମଣ ବୃଦ୍ଧି ପାଇପାରେ । ଏହି କାରଣରୁ ପୁଲିସ ପୂର୍ବତନ ମୁଖ୍ୟମନ୍ତ୍ରୀ ନାଇଡୁଙ୍କୁ ବିମାନବନ୍ଦରରେ ଅଟକାଇ ଦେଇଛନ୍ତି ପୋଲିସ ।

Advertisement