Wednesday, September 23, 2026
ADVERTISEMENT
Home ଜାତୀୟ ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀ: ୨୮ଦିନ ଭିତରେ ଭାରତକୁ ପ୍ରତ୍ୟର୍ପଣ

ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀ: ୨୮ଦିନ ଭିତରେ ଭାରତକୁ ପ୍ରତ୍ୟର୍ପଣ

980
ADVERTISEMENT

ନୂଆଦିଲ୍ଲୀ,୨୫।୦୨(ଡ଼ି.ଏଚ/ବ୍ୟୁରୋ): ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ପ୍ରତ୍ୟାର୍ପଣ ନେଇ ଆଜି ଲଣ୍ଡନ କୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି କି ଭାରତ ସରକାରଙ୍କ ଦ୍ୱାରା ପଠାଯାଇଥିବା ସମସ୍ତ ସାକ୍ଷୀଙ୍କୁ ସ୍ୱୀକାର କରାଯାଇଛି । ମୁଁ ଖୁସି ଯେ ନିରବ ମୋଦୀଙ୍କୁ ଦୋଷୀ ବୋଲି ପ୍ରମାଣ କରିବା ପାଇଁ ଯଥେଷ୍ଟ ପ୍ରମାଣ ରହିଛି। ଲଣ୍ଡନ କୋର୍ଟର ଏଭଳି ରାୟ ପରେ ଆସନ୍ତା ୨୮ଦିନ ମଧ୍ୟରେ ନିରବ ମୋଦୀକୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ହେବ।
କିନ୍ତୁ ଏବେ ବି ନିରବ ମୋଦି ପାଖରେ ୩ଟି ବିକଳ୍ପ ରହିଛି। ଗୋଟିଏ ହେଉଛି ନିରବ ମୋଦୀ ଲଣ୍ଡନର ହାଇକୋର୍ଟରେ ସ୍ଥାନୀୟ କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରିବେ । ଯଦି ହାଇକୋର୍ଟ ମଧ୍ୟ ସ୍ଥାନୀୟ କୋର୍ଟଙ୍କ ରାୟ ସହ ସହମତ ହୁଅନ୍ତି, ତେବେ ତାଙ୍କ ପାଖରେ ସୁପ୍ରିମକୋର୍ଟ ଯିବାର ବିକଳ୍ପ ରହିଛି।

Advertisement