ଚେନ୍ନାଇ,୨୫।୦୨(ଡ଼ି.ଏଚ/ବ୍ୟୁରୋ): ତାମିଲନାଡୁ ସରକାରଙ୍କ ଏକ ବଡ଼ ଘୋଷଣା । ଘୋଷଣା ମୁତାବକ ପରୀକ୍ଷା ନ ଦେଇ ନବମ, ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିବେ । ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏ.କେ ପଲାନିସ୍ୱାମୀଙ୍କ ଆଜି ବିଧାନସଭାରେ ଘୋଷଣା । କରୋନା ମହାମାରୀ ସମୟରେ ସଂକ୍ରମଣ ସଂଖ୍ୟା କମ କରିବାକୁ ସରକାର ଲକଡାଉନ କରିବା ସହ ସବୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରିଥିଲେ। ଅନଲାଇନରେ ପିଲାମାନଙ୍କୁ ପାଠ ପଢ଼ାଯାଉଥିଲେ ମଧ୍ୟ ଫୋନ ନଥିବା ପିଲାମାନେ ପାଠପଢ଼ାରୁ ବଞ୍ଚିିତ ହୋଇଥିଲେ। ଠିକ ଭାବରେ ପାଠ ପଢ଼ା ହୋଇନଥିବାରୁ ଏହା ଉପରେ ବିଚାର କରି ଏହି ନିଷ୍ପତ୍ତି ନିଆଯାଇଛି।





















