Tuesday, August 11, 2026
ADVERTISEMENT
Home କୋରାପୁଟ ୨ ଦଶନ୍ଧି ଧରି ଚକ୍‌ମା ଦେଇ ଫେରାର ଥିବା ମୋଷ୍ଟ୍ ଓ୍ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର୍ ରବି...

୨ ଦଶନ୍ଧି ଧରି ଚକ୍‌ମା ଦେଇ ଫେରାର ଥିବା ମୋଷ୍ଟ୍ ଓ୍ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର୍ ରବି ପୂଜାରୀ ପୋଲିସ କବଜାରେ

233
ADVERTISEMENT

ମୁମ୍ବାଇ,୨୪/୦୨/୨୧(ଡ଼ି.ଏଚ/ବ୍ୟୁରୋ): ୨ ଦଶନ୍ଧି ଧରି ପୋଲିସ୍‌କୁ ଚକ୍‌ମା ଦେଇ ଫେରାର ଥିଲା ମୋଷ୍ଟ୍ ଓ୍ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର୍ ରବି ପୂଜାରୀ । ଏବେ ପୋଲିସ କବଜାରେ ପଡ଼ିଛି। ମୁମ୍ବାଇରେ ଏକ ମାମଲାରେ ମାର୍ଚ୍ଚ ୯ ଯାଏଁ ରବିକୁ ରିମାଣ୍ଡରେ ନେଇଛି ମୁମ୍ବାଇ ପୋଲିସର ଆଣ୍ଟି ଏକ୍ସଟର୍ସନ୍ ସେଲ୍ । ତା ବିରୋଧରେ ଅନେକ ମାମଲା ଥିବାରୁ ପଚରାଉଚରା ପରେ ଆହୁରି ଅନେକ ଗୁମର ଖୋଲିବା ନେଇ ଆଶା ରଖିଛି ପୋଲିସ। କିଏ ଏହି ରବି ପୂଜାରୀ ? କ’ଣ ଥିଲା ତା’ର ଅପରାଧ ? ଆଣ୍ଟୋନି ଫର୍ଣ୍ଣାଣ୍ଡେଜ୍ ଓରଫ୍ ଟନି ଫର୍ଣ୍ଣାଣ୍ଡେଜ୍ ଓରଫ୍ ରକି ଫର୍ଣ୍ଣାଣ୍ଡେଜ୍ । ହଁ, ଗୋଟିଏ ଲୋକର ଏ ସବୁତକ ନାଁ । କିନ୍ତୁ ଅସଲ ନାଁ ରବି ପୂଜାରୀ । ଅଣ୍ଡର ୱାର୍ଲଡ ଡନ୍, ମୋଷ୍ଟ୍ ଓ୍ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟାର୍ ରବି ପୂଜାରୀ ୨ ଦଶନ୍ଧି ଧରି ପୋଲିସ୍‌କୁ ଚକ୍‌ମା ଦେଇ ଏଦେଶରୁ ସେ ଦେଶକୁ ଲୁଚି ପଳାଉଥିଲା। ବଡ଼ ବଡ଼ ଶିଳ୍ପପତି, ବ୍ୟବସାୟୀ ଓ ଫିଲ୍ମ ସେଲିବ୍ରିଟିଙ୍କୁ ଧମକାଇ ବଟି ଆଦାୟ କରୁଥିଲା । ଏବେ ପଡ଼ିଛି ପୋଲିସ୍ କବ୍‌ଜାରେ। କୁଖ୍ୟାତ ଅପରାଧୀକୁ ବୁର୍ଖାରେ ଘୋଡ଼ାଇ କୋର୍ଟରେ ହାଜର କରିଥିଲା ପୋଲିସ । ୨୦୧୬ରେ ମୁମ୍ବାଇ ଭିଲେ ପାର୍ଲେ ସ୍ଥିତ ଗାଜାଲି ହୋଟେଲ୍ ଫାୟାରିଂ କେସ୍‌ରେ ମାର୍ଚ୍ଚ ୯ ଯାଏଁ ରବିକୁ ରିମାଣ୍ଡରେ ନେଇଛି ମୁମ୍ବାଇ ପୋଲିସର ଆଣ୍ଟି ଏକ୍ସଟର୍ସନ୍ ସେଲ୍ । ରବି ପୂଜାରୀ ନାଁରେ ମୁମ୍ବାଇରେ ହତ୍ୟା, ହତ୍ୟା ଉଦ୍ୟମ ଓ ଦାଦାବଟି ଆଦାୟ ଭଳି ପ୍ରାୟ ୪୯ଟି ମାମଲା ରହିଛି। ଏବେ ସେଥିମଧ୍ୟରୁ ୧୦ଟି ମାମଲାର ଖୋଳତାଡ଼ ଚାଲିଛି। କର୍ଣ୍ଣାଟକରେ ବି ତା ବିରୋଧରେ ରହିଛି ଶତାଧିକ ମାମଲା। ୫୯ ବର୍ଷୀୟ ଗ୍ୟାଙ୍ଗଷ୍ଟାର ରବି ପୂଜାରୀ ଥିଲା ଅଣ୍ଡର୍ଓ୍ୱାଲଡ୍‌ ଡନ୍ ଛୋଟା ରାଜନ୍‌ର ଅନ୍ୟତମ ସହଯୋଗୀ । ରବିର କ୍ରିମିନାଲ୍ କ୍ୟାରିୟର୍ ଆରମ୍ଭ ହୁଏ ୧୯୮୦ରୁ । ୨ ହଜାର ମସିହା ବେଳକୁ ସେ ନିଜ ଗ୍ୟାଙ୍ଗ୍ ତିଆରି କରିସାରିଥିବା କୁହାଯାଏ । ୨୦୦୯ରୁ ୨୦୧୨ ଭିତରେ ରବି ପୂଜାରୀ ଠାରୁ ଧମକ୍ ପାଇଥିଲେ ସଲ୍‌ମାନ ଖାନ୍, ଶାହରୁଖ ଖାନ୍, ଅକ୍ଷୟ କୁମାର, କରନ ଜୋହର, ରାକେଶ ରୋଶନଙ୍କ ଭଳି ବହୁ ସେଲିବ୍ରିଟି ଓ ସୁପରଷ୍ଟାର । ୨୦୧୭-୧୮ରେ ବହୁ ଛାତ୍ରନେତା ଓ ବିଧାୟକଙ୍କୁ ରବି ପୂଜାରୀ ହତ୍ୟା ଧମକ ଦେଉଥିବା ଥାନାରେ ଏତଲା ହୋଇଥିଲା। ସେତେବେଳେ ସମସ୍ତେ ଭାବୁଥିଲେ ସେ ଅଷ୍ଟ୍ରେଲିଆରେ ଲୁଚିଛି । ହେଲେ ୨୦୧୯ରେ କେରଳର ବିଧାୟକ ପି.ସି. ଜର୍ଜଙ୍କୁ ହତ୍ୟା ଧମକ ଦେଇ ଫସିଯାଇଥିଲା ରବି । ଜଣାପଡ଼ିଥିଲା ସେ ସେନେଗାଲ୍‌ରେ ଲୁଚିଛି । ଏହାପରେ ସେଠାରୁ ତାକୁ ଭାରତ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କେବଳ ସେନେଗାଲ୍ ନୁହେଁ, ଏହା ପୂର୍ବରୁ ଅର୍ଥାତ୍ ୧୯୯୪ ମସିହାରୁ ବହୁ ଛଦ୍ମ ନାଁରେ ମୁମ୍ବାଇରୁ ନେପାଳ, ସେଠାରୁ ବ୍ୟାଙ୍କକ୍, ପୁଣି ୟୁଗାଣ୍ଡା, ବର୍କାଇନା ଫାସୋ ଓ ଶେଷରେ ସେନେଗାଲ୍ ଯାଇ ଲୁଚିଥିଲା ରବି ପୂଜାରୀ । ଗତବର୍ଷ ଫେବ୍ରୁଆରୀରେ ସେଠାରୁ ବେଙ୍ଗଲୁରୁକୁ ପୋଲିସ ହେପାଜତରେ ଅଣାଯାଇଥିଲା ।

Advertisement