କର୍ଣ୍ଣାଟକ,୨୩/୦୨/୨୧(ଡ଼ି.ଏଚ/ବ୍ୟୁରୋ): କର୍ଣ୍ଣାଟକ ଚିକବଲପୁରର ହିରେନାଗାଭାଲ୍ଲିର ଏକ ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ ଘଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ସମୟରେ ଖାଦାନରେ ପଥର ଫଟାଇବା ଲାଗି ଥିବା ରହିଥିବା ଜିଲେଟିନ ଷ୍ଟିକ୍ସକୁ ସ୍ଥାନାନ୍ତର ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ଖାଦାନରେ କାମ କରୁଥିବା ୬ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ପଥର ଲୋଡିଂ ପାଇଁ ଖଣିକୁ ଆସିଥିବା ଟ୍ରକ୍ ଡ୍ରାଇଭର ଓ ଅନ୍ୟ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ କେ. ସୁଧାକର ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦିୟୁରପ୍ପା ନିର୍ଦ୍ଦେଶ ଦେଇଛନ୍ତି। ମୃତଦେହ ଗୁଡ଼ିକ ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିବାରୁ ଚିହ୍ନିବା ସମ୍ଭବ ହେଉନାହିଁ ବୋଲି ମନ୍ତ୍ରୀ କହିଛନ୍ତି।




















