ନୀତି ଆୟୋଗ ବୈଠକରେ ବଜେଟ୍‌କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ

132
The Prime Minister, Shri Narendra Modi
ADVERTISEMENT

ନୂଆଦିଲ୍ଲୀ,୨୦/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ନୀତି ଆୟୋଗର ପରିଚାଳନା ପରିଷଦ୍‌ର ଷଷ୍ଠ ବୈଠକରେ ଅଧ୍ୟକ୍ଷତା କରି କେନ୍ଦ୍ରୀୟ ବଜେଟ୍‌କୁ ପ୍ରଶଂସା କରିବା ସହ ଦେଶ ଦ୍ରୁତ ପ୍ରଗତି ଚାହେଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଅଭିବୃଦ୍ଧି ହରାଇବାକୁ ଦେଶ ଚାହୁଁନାହିଁ । ସମସ୍ତଙ୍କ ଠାରୁ ବଜେଟ୍‌ ଉପରେ ମିଳୁଥିବା ସକାରାତ୍ମକ ପ୍ରତିକ୍ରିୟା ଦେଶବାସୀଙ୍କ ମନୋଭାବକୁ ଦର୍ଶାଉଛି ବୋଲି ସେ କହିଛନ୍ତି । ସେ କହିଲେ, ୨୦୧୪ରୁ ଆମେ ଗରିବ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛୁ। ସମବାୟ ସଂଘୀୟ ବ୍ୟବସ୍ଥାକୁ ଅଧିକ ଅର୍ଥପୂର୍ଣ୍ଣ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ଏକତ୍ର କାର୍ଯ୍ୟ କରି ଏକ ନିର୍ଦ୍ଦିଷ୍ଟ ଦିଗକୁ ଗତି କରିବାରେ ହିଁ ଭାରତ ବିକାଶର ମୂଳଦୁଆ ରହିଛି। କେନ୍ଦ୍ର ଓ ରାଜ୍ୟ ଏକତ୍ର କାମ କରିବା କଥା କୋଭିଡ୍‌ ସମୟରେ ଆମେ ଦେଖିଛନ୍ତି। ଏଥିରେ ଦେଶବାସୀ ସଫଳ ହେବା ସହ ସମଗ୍ର ବିଶ୍ୱରେ ଭାରତର ସୁନ୍ଦର ଭାବମୂର୍ତ୍ତି ସୃଷ୍ଟି ହେଲା। ଆଜି ଆମେ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଥିବାରୁ ଏହି ପରିଚାଳନା ପରିଷଦ୍‌ର ବୈଠକ ଅଧିକ ଗୁରୁତ୍ୱ ବହନ କରୁଛି ।

ଦେଶର ଏହି ବିକାଶ ଯାତ୍ରାରେ ଯୋଗ ଦେବା ଲାଗି ଉତ୍ସାହର ସହ ଦେଶର ଘରୋଇ ଉଦ୍ୟୋଗ ସବୁ ଆଗେଇ ଆସୁଛନ୍ତି। ସରକାର ଭାବେ ଆମେ ଘରୋଇ ଉଦ୍ୟୋଗର ଉତ୍ସାହ ଓ ଶକ୍ତି ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ଆତ୍ମନିର୍ଭର ଭାରତରେ ସେମାନଙ୍କୁ ସମାନ ସୁଯୋଗ ଦେବା ଆବଶ୍ୟକ।

କୃଷି ସମ୍ବନ୍ଧୀୟ ବାସ୍ତବତାକୁ ଆମକୁ ଗ୍ରହଣ କରିବାକୁ ପଡ଼ିବ। କୃଷିକୈନ୍ଦ୍ରିକ ଦେଶ ହେବା ସତ୍ତ୍ୱେ ଆମେ ଅନେକ ଖାଦ୍ୟ ସାମଗ୍ରୀ ଆମଦାନି ରୁଛନ୍ତି। ଏହା ଉପରେ କଟକଣା ଲାଗୁ କରିବା ସହ ସେ ସବୁ ଉତ୍ପାଦନ କରିବା ଲାଗି କୃଷକମାନଙ୍କୁ ଉତ୍ସାହ ଦେବା ଉଚିତ। ଏଥିରୁ ଆୟ ଅର୍ଥ ସେମାନଙ୍କର ହକ୍‌। ଉନ୍ନତ ଭିତ୍ତିଭୂମି ଲାଗି କୃଷିକ୍ଷେତ୍ରରେ ସଂସ୍କାର ଆବଶ୍ୟକ।

Advertisement