ବିଦେଶୀ ରାଷ୍ଟ୍ରଦୂତ ଜମ୍ମୁ ଓ କଶ୍ମୀରରେ ପହଞ୍ଚିଲେ ଦୁଇଦିନିଆ ପରିଦର୍ଶନ ଆସିଥିବା ସୂଚନା

179
ADVERTISEMENT

ନୂଆଦିଲ୍ଲୀ,୧୭/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ଦୁଇଦିନିଆ ଜମ୍ମୁ ଓ କଶ୍ମୀର ପରିଦର୍ଶନରେ ଆସିଥିବା ବିଦେଶୀ ଦୂତମାନଙ୍କର ଏକ ପ୍ରତିନିଧି ଦଳ ଆଜି ଶ୍ରୀନଗରରେ ପହଞ୍ଚିଛନ୍ତି । ଏହି ଦୂତ ପ୍ରତିନିଧି ଦଳରେ ଅଛନ୍ତି ଚିଲି, ବ୍ରାଜିଲ୍‌, କ୍ୟୁବା, ବଲିଭିଆ, ଏସ୍ତୋନିଆ, ଫିନ୍‌ଲାଣ୍ଡ୍‌, ଫ୍ରାନ୍‌ସ୍‌, ଆୟର୍ଲାଣ୍ଡ୍‌, ନେଦରଲାଣ୍ଡ୍‌ସ୍‌, ପର୍ତୁଗାଲ, ଇୟୁ, ବେଲ୍‌ଜିଅମ୍‌, ସ୍ପେନ୍‌, ସ୍ୱିଡେନ୍‌, ଇଟାଲି, ବାଂଲାଦେଶ, ମାଲାଓ୍ଵି, ଏରିଟ୍ରିଆ, କୋଟ୍‌ ଡିଲଭୟର୍‌, ଘାନା, ସିନେଗାଲ୍‌, ମାଲେସିୟା, ତାଜିକ୍‌କିସ୍ତାନ ଏବଂ କିର୍‌ଗିଜ୍‌ସ୍ଥାନ ଭଳି ୨୪ଟି ରାଷ୍ଟ୍ରର ଦୂତମାନେ। ବଦେଶୀ ଦୂତ ପ୍ରତିନିଧିମାନେ ‘ଜିଲ୍ଲା ବିକାଶ ପରିଷଦ୍‌’କୁ ନବ ନିର୍ବାଚିତ ହୋଇଥିବା କେତେକ ସଦସ୍ୟଙ୍କ ସହ କଥାବାର୍ତ୍ତା କରିବେ ବୋଲି ଆଶା କରାଯାଉଛି। ଗଣତନ୍ତ୍ରର ସର୍ବନିମ୍ନସ୍ତରରେ ସ୍ଥାନୀୟ ଜନତାଙ୍କ ଆସ୍ଥା ଏବଂ ଭାରତର ଅଭ୍ୟନ୍ତରୀଣ ବ୍ୟାପାରରେ କୌଣସି ପ୍ରକାର ବାହ୍ୟ ଶକ୍ତିର ହସ୍ତକ୍ଷେପକୁ ପ୍ରତ୍ୟାଖ୍ୟାନ କରୁଛି ବୋଲି ଏହି ସର୍ବପ୍ରଥମ ‘ଜିଲ୍ଲା ବିକାଶ ପରିଷଦ୍‌’ ନିର୍ବାଚନ ସୂଚାଉଥିବା ଭାରତ ସରକାର କହିଛନ୍ତି ।
ନିରାପତ୍ତା ଏଜେନ୍‌ସିମାନେ ମଧ୍ୟ ସୀମାପାରି ଆତଙ୍କବାଦ ବିପଦ ସଂକ୍ରାନ୍ତରେ ଶ୍ରୀନଗର ଓ ଜମ୍ମୁ ପରିଦର୍ଶନରେ ଯିବାକୁ ଥିବା ଏହି ବୈଦେଶିକ ଦୂତମାନଙ୍କୁ ଅବଗତ କରାଇବେ ।

Advertisement