Wednesday, September 23, 2026
ADVERTISEMENT
Home ଜାତୀୟ ଆର୍ଥିକ ଦୁର୍ନୀତି ମାମଲା : ‘ଆଇସିଆଇସିଆଇ’ ବ୍ୟାଙ୍କ୍‌ର ପୂର୍ବତନ ନିର୍ଦେଶିକା ଚନ୍ଦା କୋଚ୍ଚର୍‌ଙ୍କୁ ଜାମିନ

ଆର୍ଥିକ ଦୁର୍ନୀତି ମାମଲା : ‘ଆଇସିଆଇସିଆଇ’ ବ୍ୟାଙ୍କ୍‌ର ପୂର୍ବତନ ନିର୍ଦେଶିକା ଚନ୍ଦା କୋଚ୍ଚର୍‌ଙ୍କୁ ଜାମିନ

377
ADVERTISEMENT

ନୂଆଦିଲ୍ଲୀ,୧୨/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ଆର୍ଥିକ ଦୁର୍ନୀତି ମାମଲାରେ ଅଭିଯୁକ୍ତା ‘ଆଇସିଆଇସିଆଇ’ ବ୍ୟାଙ୍କ୍‌ର ପୂର୍ବତନ ପରିଚାଳନା ନିର୍ଦେଶିକା ଚନ୍ଦା କୋଚ୍ଚର୍‌ଙ୍କୁ ୫ ଲକ୍ଷ ଟଙ୍କାର ମୁଚାଲିକାରେ ଜାମିନ ମଞ୍ଜୁର କରାଯାଇଛି। ଏଥିସହ ଅଦାଲତଙ୍କ ବିନା ଅନୁମତିରେ ତାଙ୍କୁ ଦେଶ ଛାଡ଼ି ନ ଯିବାକୁ ନିର୍ଦେଶ ମଧ୍ୟ ଦିଆଯାଇଛି । ଜାନୁଆରି ୩୦ ତାରିଖରେ ଜାରି ହୋଇଥିବା ସମନ୍‌ ଅନୁସାରେ, ଶୁକ୍ରବାର ଦିନ ଚନ୍ଦା ମୁମ୍ବାଇରେ ସ୍ୱତନ୍ତ୍ର ‘ପିଏମ୍‌ଏଲ୍‌ଏ’ ଅଦାଲତରେ ହାଜର ହୋଇଥିଲେ। ଆଜି ସେ ଜାମିନ ଆବେଦନ ଦାଖଲ କରିବା ପରେ ସେ ସଂକ୍ରାନ୍ତରେ ବିହିତ କାର୍ଯ୍ୟାନୁଷ୍ଠାନ କରିବା ଲାଗି ଅଦାଲତ ପ୍ରବର୍ତ୍ତନ ନିର୍ଦେଶାଳୟକୁ କହିଥିଲେ। ୨୦୧୭ ମସିହାରେ ଚନ୍ଦା ଏବଂ ତାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କ ବିରୋଧରେ ଆର୍ଥିକ ଦୁର୍ନୀତି ମାମଲା ରୁଜୁ ହୋଇଥିଲା। ନିୟମାବଳୀ ଓ ନୀତିମାନଙ୍କର ବିରୁଦ୍ଧାଚରଣ କରି ‘ଆଇସିଆଇସିଆଇ ବ୍ୟାଙ୍କ୍‌’ ବିଭିନ୍ନ କମ୍ପାନିମାନଙ୍କୁ ୩,୨୫୦ କୋଟି ଟଙ୍କାର କ୍ରେଡିଟ୍‌ ଫ୍ୟାସିଲିଟି ପ୍ରଦାନ କରିଥିଲେ ବୋଲି ସୂଚନା ପାଇବା ପରେ ସିବିଆଇ କୋଚ୍ଚର ଦମ୍ପତିଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା । ୨୦୨୦ ନଭେମ୍ବର ୩ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟ ସେମାନଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲା।

Advertisement