ନୂଆଦିଲ୍ଲୀ,୦୬/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ନୂତନ କୃଷି ଆଇନ୍କୁ ବିରୋଧ କରି ଚାଲିଥିବା ଦେଶବ୍ୟାପୀ ‘ଚକା ଜାମ୍’ ଶେଷ ହୋଇଛି। କୃଷକମାନଙ୍କ ପକ୍ଷରୁ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ‘ଚକା-ଜାମ୍’ ହୋଇଥିଲା। ‘ଚକା-ଜାମ୍’ ପରେ ଚାରିଆଡ଼େ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଛି। ଦିଲ୍ଲୀର ସମସ୍ତ ମେଟ୍ରୋ ଷ୍ଟେସନ୍ର ପ୍ରବେଶ ଓ ପ୍ରସ୍ଥାନ ଦ୍ବାରା ଖୋଲା ହୋଇଛି। ପୂର୍ବରୁ ଏହି ଗେଟ୍ଗୁଡ଼ିକୁ ସାମୟିକ ଭାବେ ବନ୍ଦ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍କୁ ବିରୋଧ କରି ସାରା ଦେଶରେ କୃଷକମାନଙ୍କ ପକ୍ଷରୁ ଆଜି ୧୨ଟାରୁ ୩ଟା ପର୍ଯ୍ୟନ୍ତ ୩ ଘଣ୍ଟିଆ ‘ଚକା-ଜାମ୍’ ହୋଇଥିଲା। ୩ଟାରେ ‘ଚକା-ଜାମ୍’ ସରିବା ପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଛି। ଏପଟେ ଭାରତୀୟ କିସାନ ୟୁନିୟନ(ବିକେୟୁ)ର ଅଧ୍ୟକ୍ଷ ରାକେଶ ଟିକାୟତ କହିଛନ୍ତି କି ଯେ ପର୍ଯ୍ୟନ୍ତ କୃଷକମାନଙ୍କ ଦାବି ପୂରଣ ନ ହୋଇଛି ସେପର୍ଯ୍ୟନ୍ତ ଚାଷୀମାନେ ଘରକୁ ଫେରିବେ ନାହିଁ। ଏହାଛଡ଼ା କୌଣସି ପ୍ରକାରର ଚାପରେ ଆସି ଚାଷୀମାନେ ସରକାରଙ୍କ ସହ ଆଲୋଚନା କରିବେ ନାହିଁ।’




















