ଭାରତୀୟ କିଷାନ ସଂଘ ଆସନ୍ତା ୬ ତାରିଖରେ ହେବାକୁ ଥିବା ‘ଚକ ଜାମ୍’ରେ ସାମିଲ୍‌ ହେବ ନାହିଁ

180
ADVERTISEMENT

ନୂଆଦିଲ୍ଳୀ,୦୪/୦୨/୨୧(ଡ଼ି.ଏଚ/ବ୍ୟୁରୋ) : କେନ୍ଦ୍ରର ତିନୋଟି ବିବାଦୀୟ କୃଷି ଆଇନ୍‌ ବିରୋଧରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆସନ୍ତା ୬ ତାରିଖରେ ହେବାକୁ ଥିବା ‘ଚକ ଜାମ୍’ କାର୍ଯ୍ୟକ୍ରମରେ ସାମିଲ୍‌ ହେବ ନାହିଁ ଭାରତୀୟ କିସାନ ସଂଘ(ବିକେଏସ୍‌)। ପ୍ରଥମେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ନୂତନ କୃଷି ଆଇନ୍‌କୁ ବିରୋଧ କରି ଦେଶବ୍ୟାପୀ ବିକ୍ଷୋଭ ହେବ ବୋଲି କୁହାଯାଇଥିଲା। ମାତ୍ର ପରେ ନିଷ୍ପତ୍ତି ନଆଯାଇଛି କି ଫେବ୍ରୁଆରି ୬ ତାରିଖରେ ସଟ୍‌ଡାଉନ୍‌ ହେବ ନାହିଁ କେବଳ ‘ଚକା ଜାମ’ କାର୍ଯ୍ୟକ୍ରମ ହେବ। ଚାଷୀମାନଙ୍କର ଏହି ନିଷ୍ପତ୍ତିକୁ କୋଣଅନୁକୋଣରୁ ସମର୍ଥନ ମିଳିଥିବା ବେଳେ ବିକେଏସ୍ କିନ୍ତୁ ଏହା ବିପକ୍ଷରେ ମତ ରଖିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଭାରତୀୟ କିଷାନ ସଂଘ(ବିକେୟୁ)ର ଜାତୀୟ ମୁଖପାତ୍ର ରାକେଶ ଟିକାୟତ ନୂତନ କୃଷି ଆଇନ୍‌କୁ ନେଇ ସରକାରଙ୍କୁ ଚେତାବତୀ ଦେଇଛନ୍ତି। ଏହି ୩ ନୂଆ କୃଷି ଆଇନ୍‌ ଯଦି ରଦ୍ଦ ନହୁଏ ‌ତେବେ ଆପଣଙ୍କର କ୍ଷମତାରେ ରହିବା ମୁସ୍‌କିଲ୍‌ ହୋଇଯିବ ବୋଲି ସେ ଧମକ ଦେଇ କହିଛନ୍ତି। ବୁଧବାର ଦିନ କାଣ୍ଡେଲା ଗ୍ରାମରେ କୃଷକମାନଙ୍କ ‘ମହାପଞ୍ଚାୟତ’କୁ ସମ୍ବୋଧିତ କରି ଟିକାୟତ ସରକାର ନୂଆ କୃଷି ଆଇନ୍ ପ୍ରତ୍ୟାହାର କରିବାକୁ କହିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଏହିଭଳି ଭାବେ କିଛି ଦିନ ଆନ୍ଦୋଳନ ଚାଲୁ ରହେ ତେବେ ସେ ତାଙ୍କ ଗାଦି(କ୍ଷମତା) ହରାଇ ପାରନ୍ତି। ସେ ଆହୁରି କି କହିଛନ୍ତି ଯ ଏପର୍ଯ୍ୟନ୍ତ ଚାଷୀମାନେ କେବଳ ନୂଆ କୃଷି ଆଇନ୍‌ର ପ୍ରତ୍ୟାହାର ଚାହାନ୍ତି। ଯେତେବେଳେ ସେମାନେ ସରକାରଙ୍କୁ ‘କ୍ଷମତା ଫେରାଓ’ ବୋଲି ମାଗିବେ ସେତେବେଳେ ସରକାର କ’ଣ କହିବେ?

Advertisement