ଚାଷୀ ଆନ୍ଦୋଳନରେ ସାମିଲ ୧୧୫ଜଣ ଅଭିଯୁକ୍ତଙ୍କ ତାଲିକା ଜାରି :ସେମାନେ ନିଖୋଜ

154
ADVERTISEMENT

ନୂଆଦିଲ୍ଲୀ,୦୩/୦୨/୨୧ (ଡ଼ି.ଏଚ/ବ୍ୟୁରୋ) :ଜାନୁଆରି ୨୬ ତାରିଖରେ ଚାଷୀ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସା ଏକ ଲଜ୍ଜାଜନକ ଘଟଣା ଥିଲା ବୋଲି ଚାରିଆଡେ ସମାଲୋଚନା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।
ସେହିପରି ଚାଷୀ ଆନ୍ଦୋଳନରେ ସାମିଲ ଥିବା ୧୦୦ରୁ ଊର୍ଧ୍ବ ଲୋକ କେଉଁଆଡେ ନିଖୋଜ ହୋଇଯାଇଛନ୍ତି। ଏହାକୁ କେନ୍ଦ୍ର କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏମିତି ୧୧୫ଜଣ ଲୋକଙ୍କ ତାଲିକା ଜାରି କରିଛନ୍ତି। ଜାନୁଆରି ୨୬ ପରେ ଚାଷୀମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟି ସେମାନଙ୍କ ମଧ୍ୟରୁ କିଛି ଚାଷୀ ନିଖୋଜ ହୋଇଯାଇଛନ୍ତି ସେମାନଙ୍କୁ ଖୋଜିବା ପାଇଁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାରକୁ ଡିଜିଟାଲ ପ୍ରେସ କନଫରେନ୍ସରେ କହିଥିଲେ କି, ଗତ କିଛିଦିନ ହେବ ଆମେ ଅନେକ ଲୋକଙ୍କୁ ସମ୍ପର୍କ କରିଛୁ। ଏହି ଲୋକମାନଙ୍କ କହିବାନୁସାରେ ସେମାନଙ୍କ ଘରରଲୋକମାନେ ଦିଲ୍ଲୀରେ ଚାଷୀ ଆନ୍ଦୋଳନରେ ଭାଗ ନେବାକୁ ଆସିଥିଲେ, କିନ୍ତୁ ଆଉ ଘରକୁ ଫେରି ପାରି ନାହାନ୍ତି। ଏଥିସହିତ ସେମାନଙ୍କ ସହିତ କୌଣସି ପ୍ରକାର ଯୋଗାଯୋଗ ବି ହୋଇପାରୁ ନାହିଁ । ଦିଲ୍ଲୀରେ ଭିନ୍ନଭିନ୍ନ ସ୍ଥାନରୁ ଜାନୁଆରି ୨୬ ତାରିଖରେ ୧୧୫ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ତାଲିକା ଜାରି କରାଯାଇଛି। ଯେଉଁଥିରେ ସେମାନଙ୍କ ବୟସ ଓ ବାପାଙ୍କ ନାମ ସାମିଲ ରହିଛି। କେଜ୍ରିୱାଲ କହିଛନ୍ତି, ‘ଏହି ତାଲିକା ଦେଖି କିଏ କେବେ ଗିରଫ ହୋଇଛନ୍ତି ଆଉ କେଉଁ ଜେଲରେ ଅଛନ୍ତି ତାହା ଜାଣି ପାରିବେ। ସେହିପରି ଆଗାମୀ ଦିନରେ ଯଦି କେହି ନିଖୋଜ ହୋଇଥିବା ଖବର ମିଳେ ତେବେ ଆମେ ସେମାନଙ୍କୁ ଖୋଜିବୁ ଓ ଉପରାଜ୍ୟପାଳଙ୍କ ସମେତ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ବି କରିବୁ।’

Advertisement