ଉଜ୍ବଳା ଯୋଜନା’ ଅବଧି ବଢ଼ିଲା: ୧୦୦ଟି ଜିଲ୍ଲାରେ ଏକ କୋଟିରୁ ଅଧିକ ହିତାଧିକାରୀଙ୍କୁ ଗ୍ୟାସ୍ ଯୋଗାଣ

182
ADVERTISEMENT

ନୂଆଦିଲ୍ଲୀ:,୦୧/୦୨/୨୧ (ଡ଼ି.ଏଚ/ବ୍ୟୁରୋ) : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍-୨୦୨୧ ଉପସ୍ଥାପନ କରି କହିଛନ୍ତି ଯେ ସରକାର କେତେଗୁଡ଼ିଏ ଜନହିତକର ଯୋଜନାକୁ ସଂପ୍ରସାରିତ କରାଯାଇଛି। ଏଥିମଧ୍ୟରେ ‘ଉଜ୍ବଳା ଯୋଜନା’କୁ ସାମିଲ କରାଯାଇଛି। ଆଗାମୀ ୩ ବର୍ଷ ଭିତରେ କେନ୍ଦ୍ର ସରକାର ୧୦୦ଟି ଜିଲ୍ଲାରେ ଏକ କୋଟିରୁ ଅଧିକ ହିତାଧିକାରୀଙ୍କୁ ଗ୍ୟାସ୍ ଯୋଗାଣ କରାଯିବ। ଏହାଛଡ଼ା ଜମ୍ମୁ-କଶ୍ମୀରରେ ଏକ ଗ୍ୟାସ୍ ପାଇପ୍ ଲାଇନ୍ ପ୍ରକଳ୍ପକୁ ହାତକୁ ନିଆଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍-୨୦୨୧ର ଅଭିଭାଷଣ ଆରମ୍ଭ କରି କହିଛନ୍ତି ଯେ ସରକାର ଛଅଟି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି। ଏଥିମଧ୍ୟରୁ ସ୍ବାସ୍ଥ୍ୟ ସେବା ଓ ସୁସ୍ଥତାକୁ ପ୍ରାଧାନ୍ୟ ଦିଆଯାଉଛି। ଚଳିତ ଆର୍ଥିକ ବର୍ଷ ଲାଗି ସ୍ବାସ୍ଥ୍ୟ କ୍ଷେତ୍ରରେ ମୋଟ୍ ୨.୨୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମୋଦୀ ସରକାର ସ୍ବାସ୍ଥ୍ୟ ସେବା କ୍ଷେତ୍ର ଉପରେ ଅଧିକ ଫୋକସ୍ ଦେଉଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ସେ ଘୋଷଣା କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନାରେ ୬୪ ହଜାର କୋଟି ଟଙ୍କାର କର୍ପସ୍ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ଆଗାମୀ ୬ ବର୍ଷରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଲାଗି ୬୪, ୧୮୦ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ସେ ଘୋଷଣା କରିଛନ୍ତି।

Advertisement