Tuesday, September 8, 2026
ADVERTISEMENT
Home ଜିଲ୍ଲା ବିଶିଷ୍ଟ ସମାଜ ସେବୀ ସ୍ବର୍ଗତ ଲଳିତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ବିଶିଷ୍ଟ ସମାଜ ସେବୀ ସ୍ବର୍ଗତ ଲଳିତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି

404
ADVERTISEMENT

ବଲାଙ୍ଗୀର,୨୯/୦୧/୨୧ (ସୁନୀଲ ତ୍ରିପାଠୀ) : ବଲାଙ୍ଗୀରର ବିଶିଷ୍ଟ ସମାଜ ସେବୀ ତଥା ଶ୍ରମିକ ନେତା ସ୍ବର୍ଗତ ଲଳିତ ନାୟକଙ୍କ ଦ୍ଵାଦଶାହ ଉପଲକ୍ଷ୍ଯେ ଆଜି ବଲାଙ୍ଗୀର ସହର ସ୍ଥିତ କୋଶଳ କଳାମଣ୍ଡଳ ପଡ଼ିଆ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ସର୍ବ ଧର୍ମ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ସର୍ବଶ୍ରୀ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ମନ୍ତ୍ରୀ ଟୁକୁନି ସାହୁ, ବିଜେଡି ନେତା ଅର୍କେସ ସିଂଦେଓ, ବିଧାୟକ ମହୀଧର ରଣା, ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ, ଓଟିଡ଼ିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ତଥା ଅନ୍ୟାନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତ ନାୟକଙ୍କର ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ବଲାଙ୍ଗୀର ତଥା ଆଖପାଖ ଅନେକ ଅଞ୍ଚଳର ବିଭିନ୍ନ ସଂଗଠନର କର୍ମକର୍ତ୍ତା ତଥା ଜନସାଧାରଣ ଏଥିରେ ବହୁ ସଂଖ୍ଯାରେ ସାମିଲ ହୋଇଥିଲେ l ସ୍ବର୍ଗତ ନାୟକଙ୍କୁ ଅସହାୟ ମଣିଷର ଦରଦୀ ବନ୍ଧୁ ବୋଲି ବକ୍ତାମାନେ କହିଥିଲେ l ଆଜି କେବଳ ବଲାଙ୍ଗୀର ନୁହେଁ ସମ୍ପୂର୍ଣ ପଶ୍ଚିମ ଓଡିଶା ତାର ଜଣେ ମହାନାୟକଙ୍କୁ ହରାଇଛି ଏବଂ ଏହାର ଶୂନ୍ୟସ୍ଥାନ ଆଉ କେବେ ପୂରଣ ହୋଇପାରିବ ନାହିଁ ବୋଲି ଶୋକ ପ୍ରକାଶ କରି ସମସ୍ତେ କହିଥିଲେ l

Advertisement