ବଲାଙ୍ଗୀର,୧୯/୦୮(ଡ଼ି.ଏଚ ବ୍ୟୁରୋ):-ବଲାଙ୍ଗୀରରେ ବିଜେଡି ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ ବହିରେ ଭୁଲକୁ ନେଇ ସରକାରଙ୍କୁ ଟାର୍ଗେଟ କରି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେଡି। ଏଥିରେ ବିଧାୟକ କଲିକେଶ ନାରାୟଣ ସିଂଦେଓଙ୍କ ସହ ରାଜ୍ୟ ଯୁବ ଓ ଛାତ୍ର ନେତା ଯୋଗଦେଇଥିଲେ।

















