Thursday, October 15, 2026
ADVERTISEMENT
Home ଆଞ୍ଚଳିକ ବିଧାୟକଙ୍କ ବିରୁଦ୍ଧରେ ଜିଲ୍ଲା ସଭାପତିଙ୍କ ଆଗରେ ଗର୍ଜିଲେ ବିଜେପି କାର୍ଯ୍ୟକର୍ତ୍ତା l

ବିଧାୟକଙ୍କ ବିରୁଦ୍ଧରେ ଜିଲ୍ଲା ସଭାପତିଙ୍କ ଆଗରେ ଗର୍ଜିଲେ ବିଜେପି କାର୍ଯ୍ୟକର୍ତ୍ତା l

1
ADVERTISEMENT

କୁକୁଡ଼ାଖଣ୍ଡି,୧୫।୧୦(ଇ ରଞ୍ଜନ ):- ବ୍ରହ୍ମପୁର ଉପକଣ୍ଠ ମାଁ ମହୁରୀ କାଳୁଆ ଶକ୍ତି ପୀଠରେ ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସେବା ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ ବିଜେପି ବୈଠକରେ ଜିଲ୍ଲା ସଭାପତି ସୋରଜ ସାବତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଏହି ବୈଠକରେ ଦଳର ନେତୃବୃନ୍ଦ ବିଧାୟକ ଏବଂ ଅଘୋଷିତ ପ୍ରତିନିଧିଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ। ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ଅସନ୍ତୁଷ୍ଟ ବିଜେପି ନେତା ଓ କର୍ମୀମାନେ ବୃକ୍ଷରୋପଣ ସହ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଦିଗପହଣ୍ଡି ବିଧାୟକଙ୍କ ବିରୋଧରେ ଅସନ୍ତୁଷ୍ଟ ନେତା ଓ କର୍ମୀ ଏକାଠି ହୋଇଥିଲେ। କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ମଧ୍ୟ ବିରୋଧର ସମ୍ମୁଖୀନ ହୋଇଥିଲେ। ଅସନ୍ତୁଷ୍ଟଙ୍କୁ ମନାଇବା ପରିବର୍ତ୍ତେ ଉପସ୍ଥିତ କର୍ମୀମାନଙ୍କ ରୋଷର ଶିକାର ହୋଇ ହଟହଟା ହୋଇଥିଲେ। ଦଳରେ ପୁରୁଣା ନେତା ଓ କର୍ମୀଙ୍କୁ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ କରିଛନ୍ତି।

ଏହି କାର୍ଯ୍ୟକ୍ରମ ରେ ମଞ୍ଚାସିନ ଅତିଥି ରୂପେ ଚିନ୍ମୟାନନ୍ଦ ଦାଶ , ବିପିନୀ ପ୍ରଧାନ, ସନାତନ ସଂଗ୍ରାମ ସିଂ, ହରିବନ୍ଧୁ ରେଡ୍ଡୀ, ପରେଶ ରଥ, ଲଳିତ ମୋହନ ବିଶୋଇ, ଶଙ୍କର୍ଷଣ ଜେନା, ବଦ୍ରୀନାଥ ସାବତ, ବାବୁଲା ପାତ୍ର, ଦିପକ ମହାପାତ୍ର, ଶୁଭେନ୍ଦୁ ପାଢୀ, ଶ୍ରୀକାନ୍ତ ପାଢୀ, ଭବାନୀ ପଣ୍ଡା, ଧର୍ମବୀର ପ୍ରଧାନ, ସିଦ୍ଧାନ୍ତ ଗଙ୍ଗଦେବ, ସମିତି ସଭ୍ୟ ମନୋଜ ସାହୁ, ଶୁଭ୍ରାଂଶୁ ପ୍ରଧାନ, ସାରଥୀ ଗୌଡ଼, କିଶୋର ସାହୁ, ଯୁବମୋର୍ଚା ମୁନା ଜେନା, ଯତିନ୍ଦ୍ର ପାତ୍ର, କାପାଲ ବୁଲୁ, ସଞ୍ଜୟ ପାତ୍ର, ପ୍ରଶାନ୍ତ ପାଢୀ, ସାଗର ପାତ୍ର, ନିରଞ୍ଜନ ଜେନା, ସୀମା ସାସମଲ, କେ. ସୁଦାମ ପାତ୍ର, ବୁଲା ପାତ୍ର, କୋରା ସେଠୀ, ମଣ୍ଡଳ ଉପସଭାପତି କୁକୁନ ଦୋରା, ଫିରୋଜ ଭାଇ, ଏ. ନନ୍ଦକିଶୋର, ପ୍ରଶାନ୍ତ ଗୌଡ଼ଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

Advertisement