ବ୍ରହ୍ମପୁର,୧୪।୧୦(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଯୋଡ଼ାମୁଣ୍ଡ ଶିଶୁପୁତ୍ର ଜନ୍ମ ହୋଇଥିବା ବେଳେ ଓଜନ ୨.୬ କିଲୋଗ୍ରାମ ରହିଛି। । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ତିଡ଼ିପଦର ଗ୍ରାମର ରୁନି ମାଝୀ ଏହି ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ତେବେ ଯୋଡ଼ାମୁଣ୍ଡ ଶିଶୁର ମେରୁଦଣ୍ଡ ଦୁଇଟି, ହାତ ତିନିଟି ଓ ଗୋଡ଼ ଦୁଇଟି ଥିବାବେଳେ ହୃତତ୍ପିଣ୍ଡ, ଯକୃତ ଓ ଯୌନାଙ୍ଗ ଗୋଟିଏ ରହିଛି।


















