Tuesday, September 8, 2026
ADVERTISEMENT
Home ଜିଲ୍ଲା ଭଇଁସା ଚେକ ଗେଟ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା !

ଭଇଁସା ଚେକ ଗେଟ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା !

233
ADVERTISEMENT

ବଲାଙ୍ଗୀର,୨୮/୦୧/୨୧ (ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସ୍ଥିତ ଭଇଁଷା ଚେକ୍ ଗେଟ ଠାରେ ଆଜି ସକାଳ ୪ ଟାରେ ଏକ ମର୍ମନ୍ତୁକ ଦୁର୍ଘଟଣା ଘଟିଛି। ଭଇଁଷାର ଚାଷୀ ମାନେ ନିଜ ବିଲକୁ ପାଳ ଆଣିବା ପାଇଁ ଯାଉଥିବା ବେଳେ ଏକ ଟ୍ରକ (ଓଡି ୦୩ ଜି ୪୭୯୯) ସାମ୍ନା ପଟୁ ୪ଟି ଶଗଡ଼ ଗାଡିକୁ ଧକା ଦେଇଥିଅଲଂା ଯାହା ଫଳରେ ୪ଟି ଯାକ ଶଗଡ଼ ଗାଡିର ୫ ଟି ବଳଦର ଘଟଣା ସ୍ଥଳରେ ରେ ମୃତ୍ୟୁ ହୋଇଥିଲା,ଏବଂ ୩ ଟି ବଳଦ ଗୁରୁତର ଅଛନ୍ତି । ବଳଦ ସହ ୩ ଜଣ ଚାଷୀ ମଧ୍ୟ ଗୁରୁତର ଅଛନ୍ତି । ଚାଷୀ ମାନଙ୍କୁ ଗୁରୁତର ଅବସ୍ଥାରେ ଅମ୍ବୁଲେନ୍ସ ଜରିଆରେ ବଲାଙ୍ଗୀର ହସ୍ପିଟାଲକୁ ନିଆଯାଇଛି । ଦୁର୍ଘଟଣା ପରେ ଟ୍ରକ୍ ଛାଡି ଡ୍ରାଇଭର ଫେରାର ହୋଇଯାଇଛି । ଏହାପରେ ଭଇଁଷାର ଚାଷୀ ମାନେ ଆସି ଚେକ୍ ଗେଟ ଠାରେ କ୍ଷତି ପୁରଣ ଦାବୀ କରି ରାସ୍ତା ରୋକ କରିଥିଲେ । ଘଟଣା ସ୍ତଳକୁ ସ୍ଥାନୀୟ L.I ଆସି ଜୀବିତ ବଳଦ ମାନଙ୍କର ଚିକିତ୍ସା କରିଛନ୍ତି ।

Advertisement