ଆତଙ୍କବ‌ାଦୀଙ୍କ ଗ୍ରେନେଡ ଆକ୍ରମଣରେ :୪ଯବାନ ଆହତ

149
ADVERTISEMENT

ନୂଆଦିଲ୍ଲୀ,୨୭/୦୧/୨୧ (ଡ଼ି.ଏଚ/ବ୍ୟୁରୋ) :ବୁଧବାର ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ହଠାତ ଗ୍ରେନେଡ ଆକ୍ରମଣ କରିବାରୁ ଏହାର ଶିକାର ହୋଇଥିଲେ ୪ଜଣ ଯବାନ, ଆହତ ଯବାନମାନଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା ଏବଂ ପରେ ଚିକିତ୍ସା ପାଇଁ ଶ୍ରୀନଗରର ୯୨ବେସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିଛି ଦିନ ତଳେ ଅନ୍ତର୍ଜାତୀୟ ସୀମା ନିକଟରେ ଏକ ଭୂତଳ ସୁଡ଼ଙ୍ଗ ଠାବ କରିଥିଲା ବିଏସଏଫ୍‌। ଭାରତକୁ ଆତଙ୍କବାଦୀ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନୀ ସେନା ଓ ଗୁଇନ୍ଦା ସଂସ୍ଥା ଏହି ସୁଡ଼ଙ୍ଗ ବ୍ୟବହାର କରୁଥିବା ଜଣାପଡ଼ିଥିଲା। ୧୦ ଦିନ ମଧ୍ୟରେ ସେଠାରେ ଦ୍ବିତୀୟ ସୁଡ଼ଙ୍ଗ ଠାବ ହୋଇଥିଲା। କଠୁଆ ଜିଲ୍ଲାର ପନ୍‌ସର ସ୍ଥିତ ବିଏସ୍‌ଏଫ୍‌ ଆଉଟ୍‌ପୋଷ୍ଟ୍‌ ନିକଟରେ ବର୍ଡର ପୋଷ୍ଟ୍‌ ନମ୍ବର ୧୪ ଏବଂ ୧୫ ମଧ୍ୟରେ ଏହି ୩୦ ଫୁଟ୍‌ ଗଭୀର ସୁଡ଼ଙ୍ଗ ଚିହ୍ନଟ ହୋଇଥିଲା। ଭାରତୀୟ ଗୁଇନ୍ଦା ସଂସ୍ଥାର ବିଶ୍ବାସ ଅନୁଯାୟୀ ସୁଡ଼ଙ୍ଗ ଠାବ ହୋଇଥିବା ସ୍ଥାନ ନିକଟରେ ଏକ ଆତଙ୍କବାଦୀଙ୍କ ତାଲିମ କେନ୍ଦ୍ର ରହିଛି । ସୁଡ଼ଙ୍ଗ ଠାବ ହେବାର କିଛି ଦିନ ମଧ୍ୟରେ ଏବେ ପୁଣି ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏ ନେଇ ଘଟଣାସ୍ଥଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି।

Advertisement