ବିମାନ ଦୁର୍ଘଟଣାରେ ୪ଜଣ ଖେଳାଳିଙ୍କ ମୃତ୍ୟୁ

168
ADVERTISEMENT

ନୂଆଦିଲ୍ଲୀ,୨୫/୦୧/୨୧ (ଡ଼ି.ଏଚ/ବ୍ୟୁରୋ) : ବ୍ରାଜିଲରେ ଏକ ସ୍ଥାନୀୟ ମ୍ୟାଚ ପୂର୍ବରୁ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ଗତ ରବିବାର ହୋଇଥିବା ଏହି ବିମାନ ଦୁର୍ଘଟଣାରେ ଏକ ଫୁଟବଲ୍ କ୍ଲବର ୪ ଜଣ ଖେଳାଳିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଫୁଟବଲ କ୍ଲବ୍ ସଭାପତି ଲୁକାସ ମେଇରା ଓ ଫୁଟବଲ ଖେଳାଳି ଲୁକାସ ପ୍ରାକ୍ସଡେସ୍, ଗୁଇଲେର୍ମେ ନୋଇ, ରାନୁଲେ ଓ ମାର୍କସ୍ ମୋଲିନାରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନ ପାଇଲଟଙ୍କ ପରିଚୟ ମିଳି ପାରି ନଥିଲା। ତେବେ ଏହି ବିମାନ ଦୁର୍ଘଟଣା କିପରି ଘଟିଲା ସେନେଇ ଯାଞ୍ଚ କରାଯାଉଥିବା ଜଣେ ଅଧିକାରୀ କହିଛନ୍ତି। ପାଞ୍ଚବର୍ଷ ପୂର୍ବେ ଏପରି ଏକ ଦୁର୍ଘଟଣା କଲମ୍ବିଆରେ ଘଟିଥିଲା, ଯେଉଁଥିରେ ଏକାସାଙ୍ଗରେ ୧୯ଜଣ ଖେଳାଳିଙ୍କ ମୃତ୍ୟୁ ହୋଇଥିବା ଖବର ଆସିଥିଲା। ସୂଚନାଯୋଗ୍ୟ, ମୃତ୍ୟୁ ହୋଇଥିବା ୪ଜଣ ଚାରିଜଣ ଫୁଟବଲ ଖେଳାଳି କରୋନା ସଂକ୍ରମିତ ଥିଲେ। ତାଙ୍କୁ କ୍ବାରେଣ୍ଟାଇନରେ ରଖା ଯାଇଥିଲା। ଏଥିପାଇଁ ତାଙ୍କୁ ଅଲଗା ଏକ ଘରୋଇ ବିମାନରେ ନିଆଯାଉଥିଲା। ବିମାନଟି ବ୍ରାଜିଲର ଉତ୍ତର ସହର ପଲମାସ ନିକଟସ୍ଥ ଟୋକେନଟେନ୍ସ ଏୟାରଫିଲ୍ଡରୁ ଉଡିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ ଦୁର୍ଘଟଣାରେ ପାଇଲଟଙ୍କ ସମେତ ଫୁଟବଲ କ୍ଲବର ଅଧ୍ୟକ୍ଷ ଓ ତିନିଜଣ ଖେଳାଳିଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

Advertisement