ପ୍ରଧାନମନ୍ତ୍ରୀ ମୋଦୀ :ନେତାଜୀ ଜୟନ୍ତୀକୁ ‘ପରାକ୍ରମ ଦିବସ’ ଭାବେ ପାଳନ

159
ADVERTISEMENT

ନୂଆଦିଲ୍ଲୀ,୨/୦୧/୨୧(ଡ଼ି.ଏଚ/ବ୍ୟୁରୋ) :ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜୟନ୍ତୀକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଆଜି କୋଲ୍‌କାତା ଅଭିମୁଖେ ଯାତ୍ରା କରିବେ। କୋଲ୍‌କାତା ଗସ୍ତ କାର୍ଯ୍ୟସୂଚୀ ଅନୁସାରେ, ଆଜି ପ୍ରଧାନମନ୍ତ୍ରୀ ଏଲ୍‌ଗିନ୍‌ ରୋଡ୍‌ସ୍ଥିତ ନେତାଜୀ ଭବନକୁ ଯିବେ। ‘ଭିକ୍ଟୋରିଆ ମେମୋରିଆଲ୍‌’ରେ ‘ପରାକ୍ରମ ଦିବସ’ର ଉଦ୍‌ଘାଟନୀ ଉତ୍ସବରେ ମଧ୍ୟ ସେ ଉଦ୍‌ବୋଧନ ଦେବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଏକ ପ୍ରେସ୍‌ ରିଲିଜ୍‌ ଅନୁସାରେ, ଏହି ଅବସରରେ ନେତାଜୀଙ୍କ ଉପରେ ଏକ ସ୍ଥାୟୀ ପ୍ରଦର୍ଶନୀ ଏବଂ ‘ପ୍ରୋଜେକ୍‌ସନ୍‌ ମ୍ୟାପିଙ୍ଗ୍‌ ସୋ’ ଉଦ୍‌ଘାଟନ କରାଯିବ। ଏ ସଂକ୍ରାନ୍ତରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ପଶ୍ଚିମବଙ୍ଗର ପ୍ରିୟ ଭାଇ ଓ ଭଉଣୀମାନେ, ‘ପରାକ୍ରମ ଦିବସ’ ଭଳି ଏକ ଶୁଭଦିନରେ ଆପଣଙ୍କ ଗହଣରେ ଉପସ୍ଥିତ ହେବାକୁ ମୁଁ ସମ୍ମାନର କଥା ବୋଲି ମନେକରୁଛି। କୋଲ୍‌କାତାରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ଆମେ ସାହସୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା। ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକେଟ ମଧ୍ୟ ରିଲିଜ୍‌ କରିବେ। ନେତାଜୀଙ୍କ ଉପରେ ଆଧାରିତ ‘ଆମାର ନୂତୋନ୍‌ ଯୌବୋନେରି ଦୂତ’ ଶୀର୍ଷକ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି। ଏହି ଉତ୍ସବରେ ନେତାଜୀଙ୍କ ପତ୍ରାବଳୀ ଉପରେ ଆଧାରିତ ପୁସ୍ତକ ‘ବୁକ୍‌: ଲେଟର୍ସ ଅଫ୍‌ ନେତାଜୀ (୧୯୨୬-୧୯୩୬)’ ଉନ୍ମୋଚନ କରାଯିବ। ‘ଆଇଏନ୍‌ଏ’ର ବର୍ଷିୟାନ୍‌ ଏବଂ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ପ୍ରଦାନ କରିବା ଲାଗି ଅନ୍ୟ ଏକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ।

Advertisement