Tuesday, September 8, 2026
ADVERTISEMENT
Home ଜିଲ୍ଲା ବଲାଙ୍ଗୀର ପେଲେସ ଲାଇନରେ ମାର୍ବଲ ଶ୍ରମିକଙ୍କ ମୃତ୍ୟୁ

ବଲାଙ୍ଗୀର ପେଲେସ ଲାଇନରେ ମାର୍ବଲ ଶ୍ରମିକଙ୍କ ମୃତ୍ୟୁ

164
ADVERTISEMENT

ବଲାଙ୍ଗୀର,୨୧/୦୧/୨୧(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ପେଲେସ ଲାଇନ୍ ରେ ମାର୍ବଲ କାମ କରୁଥିବା ସମୟରେ ତିନି ଜଣ ଶ୍ରମିକଙ୍କ ଦୁର୍ଘଟଣା ହୋଇଛି। ସୁଧୀର ବଂଛୋର ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଜୟନ୍ତ ପୋଢ଼ ଏବଂ ଆର୍ତ୍ତ କାଲସାଏ ଗୁରୁତର ଭାବରେ ଆହତ ହୋଇ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି। ଆହତ ଜୟନ୍ତ ଓ ପରିବାର ଲୋକଙ୍କ କହିବା ଅନୁଯାୟୀ ଶ୍ରମିକ ମାନେ ଜୈନେକ ଗୋପଲ ଅଗ୍ରୱାଲ ଙ୍କ ଘରେ ମାର୍ବଲ କାମ କରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଛି। ପୋଲିସ ତଦନ୍ତ ପରେ ଘଟଣା ର ସବିଶେଷ ବିବରଣୀ ଜଣା ପଡିବ ବୋଲି ସୂଚନା ମିଳିଛି। ବଲାଙ୍ଗୀରରୁ ସୁନୀଲ ତ୍ରିପାଠୀ ।

Advertisement