Tuesday, September 8, 2026
ADVERTISEMENT
Home ଜିଲ୍ଲା ବିଧାୟକଙ୍କ ଦ୍ୱାରା ଉଦଘାଟନ ହେଲା ପି ଆର ହାଇସ୍କୁଲ ଗେଟ

ବିଧାୟକଙ୍କ ଦ୍ୱାରା ଉଦଘାଟନ ହେଲା ପି ଆର ହାଇସ୍କୁଲ ଗେଟ

177
ADVERTISEMENT

ବଲାଙ୍ଗୀର,୧୭/୦୧/୨୧(ସୁନୀଲ ତ୍ରିପାଠୀ) : ଶତାବ୍ଦୀର ମୂକସାକ୍ଷୀ ପୃଥ୍ବୀରାଜ୍ ଉଚ୍ଚ ବିଦ୍ୟାଳୟ , ବଲାଙ୍ଗୀର। ଶତବର୍ଷରେ ପଦାର୍ପଣ କରିବା ସହ ଅନେକ ଗର୍ବ ଏବଂ ଗୌରବ ଆଣିଦେଇଛି ଏହି ବିଦ୍ୟା ଭଣ୍ଡାର । ଆଜି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ଵାରା ବିଦ୍ୟାଳୟର ନବନିର୍ମିତ ଶତାବ୍ଦୀ ଫାଟକ ଉଦଘାଟନ ହୋଇଛି। ବିଦ୍ୟାଳୟର ପୂର୍ବତନ ଶିକ୍ଷାର୍ଥୀଙ୍କ ମଧ୍ୟରେ ବର୍ତ୍ତମାନର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଅଛନ୍ତି। ବିଧାୟକ ନରସିଂହ ମିଶ୍ର ମଧ୍ୟ ନିଜ ଛାତ୍ର ଜୀବନର ସ୍ମୃତି ଚାରଣ କରି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Advertisement