Wednesday, September 23, 2026
ADVERTISEMENT
Home ଜାତୀୟ ଆସନ୍ତା ୨୯ ତାରିଖରୁ କେନ୍ଦ୍ର ବଜେଟ୍‌ ଅଧିବେଶନ, ଫେବ୍ରୁଆରି ପହିଲାରେ ହେବ ସାଧାରଣ ବଜେଟ୍‌

ଆସନ୍ତା ୨୯ ତାରିଖରୁ କେନ୍ଦ୍ର ବଜେଟ୍‌ ଅଧିବେଶନ, ଫେବ୍ରୁଆରି ପହିଲାରେ ହେବ ସାଧାରଣ ବଜେଟ୍‌

315
ADVERTISEMENT

ନୂଆଦିଲ୍ଲୀ,୧୫/୦୧/୨୧(ଡ଼ି.ଏଚ/ବ୍ୟୁରୋ) : କରୋନା ମହାମାରୀ ଭିତରେ ଚଳିତମାସ ୨୯ ତାରିଖରୁ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ଫେବ୍ରୁଆରି ପହିଲାରେ ସାଧାରଣ ବଜେଟ୍ ପାରିତ ହେବ ବୋଲି ସୂଚନା ମିଳିଛି । ଏହି ବଜେଟ୍ ଅଧିବେଶନ ଜାନୁଆରି ୨୯ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରି ୮ ତାରିଖ ଯାଏ ଚାଲିବ । ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ଗୁରୁବାର ଦିନ ସୂଚନା ପ୍ରଦାନ କରାଯାଇଛି । ଏହି ସୂଚନାରେ ବିଭିନ୍ନ ମନ୍ତ୍ରାଳୟର ଖର୍ଚ୍ଚ ଦାବିକୁ ବିଚାର କରିବା ଓ ଏହାର ରିପୋର୍ଟ ପ୍ରସ୍ତୁତ କରିବାକୁ କିଛି ସମୟ ଦିଆଯିବ ବୋଲି କୁହାଯାଇଛି । ଫେବ୍ରୁଆରି ୮ରେ ବଜେଟ୍ ଅଧିବେଶନ ଶେଷ ହେଉଥିଲେ ବି ରିପୋର୍ଟ ପ୍ରସ୍ତୁତ ପରେ ଫେବ୍ରୁଆରି ୧୫ ତାରିଖରେ ଗୃହକୁ ମୁଲତବୀ ଘୋଷଣା କରାଯିବ । ଏହା ପରେ ପୁଣି ମାର୍ଚ୍ଚ ୮ ରେ ଆରମ୍ଭ ହେବ । ବଜେଟ୍ ଅଧିବେଶନ ପୂର୍ବରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ପୂର୍ବ ଅଧିବେଶନ ଭଳି ପର୍ଯ୍ୟାୟ ଭିତ୍ତିରେ ଏହା ଅନୁଷ୍ଠିତ ହେବ। ରାଜ୍ୟସଭା ସକାଳେ ବସିବାକୁ ଥିବା ବେଳେ ଲୋକସଭା ସଂଧ୍ୟାରେ ବସିବ । ହେଲେ ପୂର୍ବ ଅଧିବେଶନ ଭଳି ଏଥର ପ୍ରଶ୍ନକାଳକୁ ବାଦ୍ ଦିଆଯିବ କି ନାହିଁ ସେ ନେଇ ଚୂଡାନ୍ତ ନିଷ୍ପତ୍ତି ଶୀଘ୍ର ହେବ ବୋଲି ପ୍ରକ୍ରିୟା ସହିତ ଜଣେ ଅଧିକାରୀ ପ୍ରକାଶ କରିଛନ୍ତ ।

Advertisement