ରାହୁଲ୍‌ ଗାନ୍ଧୀ :ମଦୁରାଇରେ ‘ବଳଦ ବଶିକରଣ କ୍ରୀଡ଼ା’ ‘ଜାଲିକାଟୁ’ କାର୍ଯ୍ୟକ୍ରମରେ

153
ADVERTISEMENT

ନୂଆଦିଲ୍ଲୀ,୧୪/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ‘ବଳଦ ବଶିକରଣ କ୍ରୀଡ଼ା’ ‘ଜାଲିକାଟୁ’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗୁରୁବାର ଦିନ କଂଗ୍ରେସ ନେତା ତଥା ଓ୍ଵାୟନାଡ଼ ସାଂସଦ ରାହୁଲ୍‌ ଗାନ୍ଧୀ ମଦୁରାଇରେ ପହଞ୍ଚିଛନ୍ତି। ତିନି ବିବାଦୀୟ କୃଷି ଆଇନ ବିରୋଧରେ ପ୍ରତିବାଦକାରୀଙ୍କ ପ୍ରତି ଏହା ସାଙ୍କେତିକ ସମର୍ଥନ ବୋଲି କୁହାଯାଉଛି। କାରଣ ବଳଦ ହେଉଛି କୃଷକମାନଙ୍କର ସଂକେତ ଓ ସେମାନଙ୍କର ଜୀବନର ଅଂଶବିଶେଷ । ମଦୁରାଇରେ ପହଞ୍ଚିବା ପରେ ରାହୁଲ୍‌ ଗାନ୍ଧୀ କହିଲେ ଯେ, ତାମିଲ ସଂସ୍କୃତି, ଭାଷା, ଇତିହାସ ଭାରତର ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏସବୁ ସମସ୍ତ ଭାରତୀୟଙ୍କ ଠାରୁ ସମ୍ମାନ ପାଇବା ଦରକାର। ସେହି ବିଶେଷ କାରଣରୁ ହିଁ ମୁଁ ଏହି ସହରକୁ ଆସିଛି । ତାମିଲବାସୀଙ୍କ ଉପରେ ଅତ୍ୟାଚାର କରି ତାମିଲ ଭାଷା ଓ ସଂସ୍କୃତିକୁ ଏଡ଼ାଇ ଦେଇ ପାରିବେ ବିଚାର କରୁଥିବା ଲୋକଙ୍କୁ ଏହି ବାର୍ତ୍ତା ଦେବା ପାଇଁ ମୁଁ ଏଠାକୁ ଆସିଛି ।
ସେ ଆହୁରି ମଧ୍ୟ କହିଲେ, ତାମିଲନାଡୁ ବାସିନ୍ଦାଙ୍କ ଠାରୁ ମୁଁ ବିପୁଳ ସ୍ନେହଶ୍ରଦ୍ଧା ପାଇଛି। ତାମିଲନାଡୁବାସୀଙ୍କ ଇତିହାସ, ସଂସ୍କୃତି ଏବଂ ଭାଷାକୁ ସୁରକ୍ଷା ଦେବା ନିମନ୍ତେ ସେମାନଙ୍କୁ ସହଯୋଗ କରିବା ମୋର କର୍ତ୍ତବ୍ୟ। ଆପଣମାନଙ୍କର ସଂସ୍କୃତି, ଅନୁଭୂତି ଏବଂ ଇତିହାସ ସମ୍ପର୍କରେ ଜାଣିବାକୁ ମୁଁ ଏଠାକୁ ଆସିଛି । ମଦୁରାଇର ଅବନୀପୁରମ୍‌ରେ ରାହୁଲ୍‌ ଗାନ୍ଧୀ ଜଲ୍ଲୀକଟ୍ଟୁ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରାୟ ୪ ଘଣ୍ଟା କାଳ ସେ ମଦୁରାଇରେ ରହିବେ ବୋଲି ଆଶା କରାଯାଉଛି ।

Advertisement