କେନ୍ଦ୍ର ସରକାର ଜାତୀୟ ପୋଲିଓ ଟିକାକରଣ ସ୍ଥଗିତ ରଖିଲେ

169
ADVERTISEMENT

ନୂଆଦିଲ୍ଲୀ,୧୩/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ଜାନୁଆରି ୧୭ ତାରିଖରେ ହେବାକୁ ନିର୍ଦ୍ଧାରିତ ହୋଇଥିବା ଜାତୀୟ ପୋଲିଓ ଟିକାକରଣ ଅଭିଯାନକୁ କେନ୍ଦ୍ର ସରକାର ସାମୟିକ ଭାବେ ସ୍ଥଗିତ ରଖିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଅଧିକାରୀମାନଙ୍କସୂତ୍ରରୁ ଜଣାପଡ଼ିଛି । ଜାନୁଆରି ୧୬ ତାରିଖ ଶନିବାର ଦିନ ଦେଶରେ କୋଭିଡ୍‌-୧୯ ଟିକାକରଣ ଅଭିଯାନ ଆରମ୍ଭ ହେଉଥିବାରୁ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଥିବା କୁହାଯାଉଛି । ପ୍ରତିବର୍ଷ ଜାନୁଆରିରେ ଆରମ୍ଭ ହୋଇ ବର୍ଷର ଦ୍ୱିତୀୟାର୍ଦ୍ଧରେ ଶେଷ ହେଉଥିବା ପୋଲିଓ ଟିକାକରଣ ଓ କୋଭିଡ୍‌-୧୯ ଟିକାକରଣ ପାଖାପାଖି ପଡୁଥିବାରୁ ପରିଚାଳନାଗତ ସମସ୍ୟା ଉପୁଜିବାର ଆଶଙ୍କା ରହିଛି । ବର୍ତ୍ତମାନ ପାଇଁ ପୋଲିଓ ଟିକାରକରଣ ସ୍ଥଗିତ ରଖିବାକୁ ଗତ ସପ୍ତାହରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଟିକାକରଣ ବିଭାଗ ରାଜ୍ୟ ସରକାରମାନଙ୍କୁ ଚିଠି ଲେଖି ଜଣାଇଥିଲା।
ପରବର୍ତ୍ତୀ ନୋଟିସ୍‌ ପାଇବାଯାଏଁ ପୋଲିଓ ଟିକାକରଣ ସ୍ଥଗିତ ରଖିବାକୁ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ଓ ଜନକଲ୍ୟାଣ ବିଭାଗର ପ୍ରମୁଖ ସଚିବଙ୍କ ପାଖକୁ ଜାନୁଆରି ୯ ତାରିଖ ଦିନ ଏହି ଚିଠି ଜାରି କରାଯାଇଥିଲା । କିନ୍ତୁ, ଏହି ସ୍ଥଗିତାଦେଶ ସାମୟିକ । କୋଭିଡ୍‌-୧୯ ଟିକାକରଣ କଥା ବୁଝା ସରିବା ପରେ ପରେ ପୋଲିଓ ଟିକାକରଣ ଆରମ୍ଭ ହେବ ।

Advertisement