ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୫,୯୬୮ କରୋନା ସଂକ୍ରମଣ ଓ ୨୦୨ ମୃତ୍ୟୁ

168
ADVERTISEMENT

ନୂଆଦିଲ୍ଲୀ,୧୩/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୫,୯୬୮ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୦୨ ମୃତ୍ୟୁ ରେକର୍ଡ କରାଯାଇଛି ।ଗତ ୨୪ ଘଣ୍ଟାରେ ୨୦୨ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୧,୫୨୯ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୭, ୮୧୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୦୧,୨୯,୧୧୧। ସମ୍ପ୍ରତି ଦେଶରେ ସୁସ୍ଥତାହାର ୯୬.୫୧% ବୋଲି କେନ୍ଦ୍ର ସରକାର କହିଛନ୍ତି । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨, ୧୪,୫୦୭। ‘ଆଇସିଏମ୍‌ଆର୍‌’ କହିବା ଅନୁସାରେ, ରବିବାର ସୁଦ୍ଧା ସମଗ୍ର ଦେଶରେ ୧୮,୩୪,୮୯,୧୧୪ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା ହୋଇଥିବା ନମୁନା ସଂଖ୍ୟା ହେଉଛି ୮,୩୬,୨୨୭।

Advertisement