ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସମ୍ମାନିତ ହେବେ ଗଲ୍‌ଓ୍ଵାନ୍‌ ସଂଘର୍ଷରେ ସହିଦ ହୋଇଥିବା ‘୧୬ ବିହାର’ର ଯବାନ!

162
ADVERTISEMENT

ନୂଆଦିଲ୍ଲୀ,୧୧/୦୧/୨୧(ଡ଼ି.ଏଚ/ବ୍ୟୁରୋ) :ଗତବର୍ଷ ଜୁନ୍‌ ୧୫ ତାରିଖ ଦିନ ପୂର୍ବ ଲଦାଖର ଗଲ୍‌ଓ୍ଵାନ୍‌ ଉପତ୍ୟକାରେ ଚୀନ୍‌ ସେନାକୁ ପ୍ରତିରୋଧ କରି ସହିଦ ହୋଇଥିବା ‘୧୬ ବିହାର ବାଟାଲିୟନ୍‌’ର କର୍ଣ୍ଣେଲ୍‌ ବି ସନ୍ତୋଷ ବାବୁଙ୍କ ସମେତ ଅନ୍ୟୂନ ୫ଜଣ ଭାରତୀୟ ସେନା ଯବାନଙ୍କୁ ସାଧାରଣତନ୍ତ୍ର ଦିବସରେ ମରଣୋତ୍ତର ଭାବେ ସୌର୍ଯ୍ୟ ପଦକ ପ୍ରଦାନ କରାଯିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି । ପ୍ରଦାନ କରାଯିବାକୁ ଥିବା ପଦକସଂଖ୍ୟା ବିଷୟରେ ପ୍ରତିରକ୍ଷା ମନ୍ତ୍ରାଳୟ ଏବଂ ଭାରତୀୟ ସେନା କିଛି କହୁ ନ ଥିବା ବେଳେ ଚୀନ୍‌ ସେନା ସହ ଲଢ଼ିଥିବା ଅନ୍ୟୂନ ଦୁଇଜଣ ଅଧିକାରୀ ଓ ତିନିଜଣ ଯବାନଙ୍କୁ ସମ୍ମାନିତ କରାଯିବା ସୂଚନା ପ୍ରକାଶ ପାଇଛି । ପାଟ୍ରୋଲିଙ୍ଗ୍‌ ପଏଣ୍ଟ୍‌ ୧୪ ଅଞ୍ଚଳର ଏକ ସ୍ଥାନରୁ ଚୀନ୍‌ ସୈନିକମାନେ ହଟିବାକୁ ମନା କରିବାରୁ ଏହି ସଂଘର୍ଷର ସୂତ୍ରପାତ ହୋଇଥିଲା। ପୂର୍ବରୁ ପ୍ରସ୍ତୁତ ହୋଇ ଆସିଥିବା ଚୀନ୍‌ ସୈନିକମାନେ କଣ୍ଟାତାର ଗୁଡ଼ା ଠେଙ୍ଗା ଓ ବର୍ଚ୍ଛାରେ ଭାରତୀୟ ସୈନିକମାନଙ୍କୁ ଆକ୍ରମଣ କରିଥିଲେ। ଉଭୟ ଦେଶର ସୈନିକମାନଙ୍କ ମଧ୍ୟରେ ଦୀର୍ଘ ସାତ ଘଣ୍ଟା ଧରି ସଂଘର୍ଷ ଚାଲିବା ପରେ ଚୀନ୍‌ ସୈନିକମାନେ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରୁ ହଟିଥିଲେ । ଘଟଣା ପରେ ପରେ ଲଦାଖ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟକ୍ଷ ସଂଘର୍ଷରେ ସହିଦ ହୋଇଥିବା ଭାରତୀୟ ଯବାନମାନଙ୍କ ସାହସିକତା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଥିଲେ ‘ଭାରତ ମାତା’ଙ୍କ ଶତ୍ରୁମାନେ ଆପଣମାନଙ୍କର ଉଗ୍ରରୂପ ଦେଖି ପାରିଛନ୍ତି ।

Advertisement