ଫେସନ୍‌ ଡିଜାଇନର୍‌ ସତ୍ୟ ପଲ୍‌ଙ୍କର ୭୯ ବର୍ଷ ବୟସରେ ପରଲୋକ

183
ADVERTISEMENT

ନୂଆଦିଲ୍ଲୀ,୦୭/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ସମସାମୟିକ ମହିଳାଙ୍କ ପାଇଁ ବିଭିନ୍ନ ପ୍ରକାରର ଶାଢ଼ି ଡିଜାଇନ୍‌ କରି ପ୍ରସିଦ୍ଧି ଲାଭ କରିଥିବା ଜଣାଶୁଣା ‌ଫେସନ୍‌ ଡିଜାଇନର୍‌ ସତ୍ୟ ପଲ୍‌ଙ୍କର ଗୁରୁବାର ୭୯ ବର୍ଷ ବୟସରେ ପରଲୋକ ଘଟିଛି। ଅନ୍ୱେଷଣ ତଥା ଆଧ୍ୟାତ୍ମିକତା ପାଇଁ ଉତ୍ସର୍ଗୀକୃତ ଏହି ଡିଜାଇନରଙ୍କର କୋଏମ୍ବାଟୁରର ଈଶା ଯୋଗ କେନ୍ଦ୍ରରେ ପ୍ରାକୃତିକ କାରଣରୁ ମୃତ୍ୟୁ ହୋଇଥିବା ସୂଚନା ରହିଛି । ତାଙ୍କ ମୃତ୍ୟୁ ଖବରକୁ ଟ୍ବିଟର୍‌ରେ ପ୍ରକାଶ କରି ଆଧ୍ୟାତ୍ମିକ ଗୁରୁ ତଥା ଈଶା ଫାଉଣ୍ଡେସନର ପ୍ରତିଷ୍ଠାତା ସଦଗୁରୁ ସମବେଦନା ଜଣାଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ସତ୍ୟପାଲ୍, ଅତୁଳନୀୟ ଉତ୍ସାହ ଏବଂ ଅବିସ୍ମରଣୀୟ ଯୋଗଦାନ ସହିତ ବଞ୍ଚିବାର ଅର୍ଥର ଏକ ଜ୍ୱଳନ୍ତ ଉଦାହରଣ। ଆପଣ ଭାରତୀୟ ଫ୍ୟାସନ୍ ଶିଳ୍ପକୁ ଆଣିଥିବା ଭିନ୍ନ ଦୃଷ୍ଟିଭଙ୍ଗୀ ପାଇଁ ଆପଣଙ୍କୁ ଶ୍ରଦ୍ଧାଞ୍ଜଳି। ଆମ ସାଥିରେ ରହିବା ଆମ ସମସ୍ତଙ୍କ ପାଇଁ ଏକ ସୌଭାଗ୍ୟ ଥିଲା।। ସମବେଦନା ଏବଂ ଆଶୀର୍ବାଦ।।’

Advertisement