Wednesday, September 23, 2026
ADVERTISEMENT
Home ଜାତୀୟ ବଜେଟ ଅଧିବେଶନ୨୯ ଜାନୁୟାରୀରୁ ଆରମ୍ଭ ହେବ: ଫେବ୍ରୁୟାରୀ ୧ରେ ଆସିବ ବଜେଟ

ବଜେଟ ଅଧିବେଶନ୨୯ ଜାନୁୟାରୀରୁ ଆରମ୍ଭ ହେବ: ଫେବ୍ରୁୟାରୀ ୧ରେ ଆସିବ ବଜେଟ

327
ADVERTISEMENT

ନୂଆଦିଲ୍ଲୀ,୦୫/୦୧/୨୧(ଡ଼ି.ଏଚ/ବ୍ୟୁରୋ) :ଆସନ୍ତା ଜାନୁୟାରୀ ୨୯ ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ସଂସଦୀୟ ବ୍ୟାପାର କମିଟି (ସିସିପିଏ) ୨୯ ଜାନୁଆରୀରୁ ବଜେଟ୍ ଅଧିବେଶନ ଆରମ୍ଭ କରିବାକୁ ସୁପାରିସ କରିଛି। ସଂସଦର ବଜେଟ୍ ଅଧିବେଶନ ଦୁଇଟି ଭାଗରେ ହେବ । ଅଧିବେଶନରେ କରୋନା ଭୂତାଣୁ ସହିତ ଜଡିତ ସମସ୍ତ ପ୍ରୋଟୋକଲ ପାଳନ କରାଯିବ | ପ୍ରଥମ ଭାଗ ୨୯ ଜାନୁଆରୀରୁ ଆରମ୍ଭ ହୋଇ ୧୫ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ଏଥି ସହିତ ଦ୍ୱିତୀୟ ଭାଗ ୮ ମାର୍ଚ୍ଚରୁ ୮ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ । ଫେବୃଆରୀ ୧ରେ ସାଧାରଣ ବଜେଟ୍ ସଂସଦରେ ଉପସ୍ଥାପିତ ହେବ। ଜାନୁଆରୀ ୨୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ। କରୋନା ହେତୁ ଏଥର ସଂସଦର ଶୀତକାଳୀନ ଅଧିବେଶନ ଡକାଯାଇ ନାହିଁ । ସରକାର କହିଥିଲେ ଯେ କରୋନା ମାମଲା ବୃଦ୍ଧି ପାଉଥିବାରୁ ସଂସଦର ଶୀତକାଳୀନ ଅଧିବେଶନ ଏଥର ଅନୁଷ୍ଠିତ ହେବ ନାହିଁ। ସରକାରଙ୍କ ଏହି ପଦକ୍ଷେପକୁ ବିରୋଧୀମାନେ ତୀବ୍ର ବିରୋଧ କରିଥିଲେ । କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଥିଲେ ଯେ ସଂସଦର ଅଧିବେଶନ ଡକାଯାଉ ଯାହା ଦ୍ୱାରା ଚାଷୀଙ୍କ ସହ ଆଲୋଚନା ହୋଇପାରିବ ଏବଂ ଆଇନରେ ସଂଶୋଧନ ହୋଇପାରିବ । ଏହା ପରେ ମୋଦୀ ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କୁ ଏକ ଚିଠି ଲେଖି ଜଣାଇଥିଲେ ଯେ ସମସ୍ତ ଦଳର ନେତାଙ୍କ ସହ ଆଲୋଚନା କରିବା ପରେ କରୋନା କାରଣରୁ ଅଧିବେଶନ ଡାକିବା ଉଚିତ ନୁହେଁ ।ତେବେ ଏଥରର ଅଧିବେଶନକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପୃଥ୍ୱୀରାଜ ଚୌହାନ କହିଛନ୍ତି, ‘କେନ୍ଦ୍ର ସରକାର ଶୀତ ଅଧିବେଶନକୁ ବାତିଲ କରିଛନ୍ତି, ଯାହାକୁ ଦୃଢ ନିନ୍ଦା କରୁଛି । ସଂସଦ ଅଧିବେଶନକୁ ବାତିଲ କରିଥିବା କେବଳ ଦୁଇଟି ଦେଶ ହେଉଛନ୍ତି ଭାରତ ଓ ଋଷ । ଯଦି ବିଧାନସଭା ନିର୍ବାଚନ ହୋଇପାରିବ ଓ ରାଜନୈତିକ ସମାବେଶ ହୋଇପାରିବ, ତେବେ ଶୀତକାଳୀନ ଅଧିବେଶନକୁ ମଧ୍ୟ ଡାକିବା ଉଚିତ୍’ ।

Advertisement