ପ୍ରଧାନମନ୍ତ୍ରୀ ମୋଦୀ : ଭାରତରେ ନିର୍ମିତ ଟିକା ଅନୁମୋଦନ ପାଇଥିବାରୁ ଭାରତୀୟ ଗର୍ବିତ

187
ADVERTISEMENT

ନୂଆଦିଲ୍ଲୀ,୦୩/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ଭାରତରେ ନିର୍ମିତ ଦୁଇଟି କୋଭିଡ୍‌-୧୯ ଟିକା ଦେଶର ‘ଡ୍ରଗ୍‌ କଣ୍ଟ୍ରୋଲର୍‌’ଙ୍କ ଅନୁମୋଦନ ପାଇଥିବାରୁ ପ୍ରତ୍ୟେକ ଭାରତୀୟ ଗର୍ବିତ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଭାରତରେ ବ୍ୟବହାର ନିମନ୍ତେ ଟିକା ଦୁଇଟିକୁ ଔପଚାରିକ ସ୍ୱୀକୃତି ମିଳିବାର କିଛି ମୁହୂର୍ତ୍ତ ପରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦିତ ଟିକା ଦୁଇଟି ଭାରତରେ ତିଆରି ହୋଇଥିବା ଜାଣି ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିବେ। ଏଥିରୁ ‘ଆତ୍ମନିର୍ଭର ଭାରତ’ ସ୍ୱପ୍ନ ସାକାର କରିବା ନିମନ୍ତେ ଆମ ବୈଜ୍ଞାନିକ ସମ୍ପ୍ରଦାୟଙ୍କ ବ୍ୟଗ୍ରତା ଜଣାପଡୁଛି। ଏହା ମୂଳରେ ରହିଛି ସେବା ଓ ସମବେଦନା। ଆଜିର ଟିକା ଅନୁମୋଦନ କଥାକୁ ସେ ଏକ ସ୍ୱାସ୍ଥ୍ୟକର ଓ କୋଭିଡ୍‌ମୁକ୍ତ ଦେଶ ନିମନ୍ତେ ସୁଗମ ପଥ ନିମନ୍ତେ ନିର୍ଣ୍ଣାୟକ ମୋଡ଼ ବୋଲି କହିଛନ୍ତି।
କୋଭିଡ୍‌-୧୯ ବିରୋଧୀ ଦୁଇଟି ଟିକା, ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭିସିଲ୍‌ଡ୍‌‌‌’ ଏବଂ ‘ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌’ ଆଜି ‘ଡ୍ରଗ୍‌ କଣ୍ଟ୍ରୋଲର୍‌ ଅଫ୍‌ ଇଣ୍ଡିଆ’ ଭିଜି ସୋମାନିଙ୍କ ଜରୁରୀକାଳୀନ ଅନୁମୋଦ ପାଇଛନ୍ତି। ନୂଆଦିଲ୍ଲୀରେ ସୋମାନି ଗଣମାଧ୍ୟମକୁ କହିଛନ୍ତି, ଦୁଇ କମ୍ପାନି ଚଳାଇଥିବା ପରୀକ୍ଷଣର ତଥ୍ୟାବଳୀ ଦାଖଲ କରିଥିବାରୁ ‘ସୀମିତ ବ୍ୟବହାର’ ନିମନ୍ତେ ସେମାନଙ୍କୁ ଅନୁମତି ପ୍ରଦାନ କରାଯାଇଛି।

Advertisement